Latest Odisha News

BREAKING NEWS

୭ ବର୍ଷର ବାଳକ ପାଟିରୁ ବାହାରିଲା ୫୦୦ରୁ ଅଧିକ ଦାନ୍ତ !

ଚେନ୍ନାଇ: ଚେନ୍ନାଇର ଏକ ହସ୍ପିଟାଲରେ ଚିକିତ୍ସାରତ ଜଣେ ୭ ବର୍ଷୀୟ ବାଳକର ପାଟିରୁ ପାଖାପାଖି ୫୨୬ଟି ଦାନ୍ତକୁ ବାହାର କରିବା ପରେ ଡାକ୍ତରମାନେ ଆଶ୍ଚର୍ଯ୍ୟ ଚକିତ ହୋଇପଡିଛନ୍ତି।

ମିଳିଥିବା ସୂଚନାନୁଯାୟୀ ଗତ କିଛି ଦିନ ତଳେ ଉକ୍ତ ବାଳକ ରବିନ୍ଦ୍ରନାଥ ପାଟିରେ କଷ୍ଟ ଅନୁଭବ କରିଥିଲା । ପରେ ପରିବାର ବର୍ଗ ତାକୁ ଚିକିତ୍ସା ଲାଗି ଚେନ୍ନାଇର ସବିତା ଡେଣ୍ଟାଲ୍ କଲେଜକୁ ଆଣିଥିଲେ । ମେଡିକାଲରେ ଯାଞ୍ଚ କରିବା ପରେ ପିଲାଟି ପାଟିରେ ଅସ୍ୱାଭାବିକ ଭାବେ ଦାନ୍ତ ରହିଥିବା ନେଇ ଜଣାପଡିଥିଲା ।

ସମ୍ପୃକ୍ତ ମେଡିକାଲର ଜଣେ ଡାକ୍ତର ପ୍ରତିଭା ରମଣୀ କହିଛନ୍ତି ଯେ, ପିଲାଟି ଚିକିତ୍ସା ଲାଗି ଆସିଥିବାବେଳେ ଆମେ ତାହାର ଏକ୍ସ-ରେ କରିଥିଲୁ । ପରେ ରିପୋର୍ଟରୁ ଜଣାପଡିଥିଲା ଯେ, ପିଲାଟିର ପାଟି ମଧ୍ୟରେ ଅନେକ ପତଳା ପତଳା ଦାନ୍ତ ସବୁ ଅସ୍ୱାଭାବିକ ଭାବେ ରହିଛି । ପରବର୍ତ୍ତୀ ସମୟରେ ଆମେ ସର୍ଜରୀ କରି ପାଖାପାଖି ୫୨୬ଟି ଦାନ୍ତକୁ ବାହାର କରିଛୁ, ଯାହାର ଓଜନ ପ୍ରାଖାପାଖି ୨୦୦ ଗ୍ରାମ ହେବ ।

ତେବେ ବର୍ତ୍ତମାନ ସମୟରେ ପିଲାଟିର ଦାନ୍ତ ସଂଖ୍ୟା ୨୧ ରହିଥିବାବେଳେ ତା’ର ସ୍ୱାସ୍ଥ୍ୟବସ୍ଥା ସଠିକ୍ ରହିଛି । ଏଭଳି ଅସ୍ୱାଭାବିକ ଦାନ୍ତ ଉଠିବାର ସଠିକ୍ କାରଣ ଜଣାପଡିନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.