Latest Odisha News

BREAKING NEWS

‘ନୂଆଖାଇ’ ଲାଗି ଧାର୍ଯ୍ୟ ହେଲା ଲଗ୍ନ

ଭୁବନେଶ୍ୱର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଅବସରରେ ‘ନବାନ୍ନ ଲାଗି’ ପାଇଁ ଶୁକ୍ରବାର ଦିନ ଲଗ୍ନ ଧାର୍ଯ୍ୟ କରାଯାଇଛି ।

ଏହି ନବାନ୍ନ ଲାଗି ନୀତିକାନ୍ତି ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ସକାଳ ୮ଟା ୫୦ମି.ରୁ ଦିନ ୧୦ ଟା ୩୮ମି. ମଧ୍ୟରେ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି ।

ପାଟଣା ମହାରାଜାଙ୍କ କାର୍ଯ୍ୟାଳୟରେ ପଣ୍ଡିତ ମହାସଭା ବୈଠକରେ ଏହି ଲଗ୍ନ ଧାର୍ଯ୍ୟ କରାଯାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ନୂଆଁଖାଇ ପଶ୍ଚିମ ଓଡିଶାର ଏକ ପ୍ରସିଦ୍ଧ କୃଷି ଭିତ୍ତିକ ଗଣପର୍ବ । ଏହି ଅବସରରେ ନୂଆ ଧାନକେଣ୍ଡାରୁ ଧାନ ବାଛି ଏଥିରୁ ପ୍ରସାଦ ପ୍ରସ୍ତୁତ କରାଯାଇଥାଏ । ସମ୍ବଲପୁରରେ ମା ସମଲେଶ୍ୱରୀଙ୍କ ପାଖରେ ପ୍ରଥମେ ନବାନ୍ନ ଲାଗିହୋଇଥାଏ । ଏହାପରେ ଯାଇ ଘରେ ଘରେ ନୂଆ ଚାଉଳ ଏକାଠି ସେବନ କରିଥାନ୍ତି ପଶ୍ଚିମ ଓଡିଶାବାସୀ

Leave A Reply

Your email address will not be published.