Latest Odisha News

BREAKING NEWS

ସିମେଣ୍ଟ କିମ୍ବା ପଥର ନୁହେଁ ମାଟି ଓ ଗୋବରରେ ତିଆରି ହୋଇଛି ହନୁମାନଙ୍କ ମୂର୍ତ୍ତି : ଘଣ୍ଟି ପ୍ରଦାନ କଲେ ପୂର୍ଣ୍ଣ ହୁଏ ମନସ୍କାମନା

ଫାରୁଖବାଦ୍: ଭୋଲେପୁରରେ  ରହିଛି ୫୦୦ ବର୍ଷର ହନୁମାନ ମନ୍ଦିର । ସକାଳ ୮ଟାରେ ମନ୍ଦିର କବାଟ ଖୋଲିବା ମାତ୍ରେ ପୂଜାର୍ଚ୍ଚନା ପାଇଁ ଏଠାକୁ ଛୁଟି ଆସନ୍ତି ହଜାର ହଜାର ଶ୍ରଦ୍ଧାଳୁ । ବିଶେଷ ମନ୍ତ୍ର ଉଚ୍ଚାରଣ ସହ ରାମ ଭକ୍ତମାନେ ହନୁମାନ ଜୀଙ୍କୁ ଚୋଲା ଅର୍ପଣ କରିଥାନ୍ତି । ଏହାସହ ସୁନ୍ଦରକଣ୍ଡ, ହନୁମାନ ଚଲିସା  ଓ ଭଜନ ସନ୍ଧ୍ୟା ଭଳି  ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ  । ଆଖପାଖର ଅନେକ ଜିଲ୍ଲାର ଭକ୍ତମାନେ ମନ୍ଦିରକୁ ଆସି ସେମାନଙ୍କ ମନ ସ୍କାମନା ପୂର୍ଣ୍ଣ କରିବା ଲାଗି ହନୁମାନଙ୍କୁ ଧାତୁ ନିର୍ମିତ ଘଣ୍ଟି ପ୍ରଦାନ କରିଥାନ୍ତି  । ଯେଉଁ ଘଣ୍ଟି ଗୁଡିକର ଓଜନ ପ୍ରାୟ ୧୧ କିଲୋଗ୍ରାମରୁ ୧୬୦ କିଲୋଗ୍ରାମ ପର୍ଯ୍ୟନ୍ତ ରହିଥାଏ  । ଶ୍ରୀ ରାମଙ୍କ ସହିତ ମନ୍ଦିରରେ ହନୁମାନ ଜୀଙ୍କର ୨୪ ଫୁଟର ପ୍ରତିମୂର୍ତ୍ତି ରହିଛି ।

ଆପଣ ମାନେ ଅନେକ ମନ୍ଦିରରେ ହନୁମାନ ମୂର୍ତ୍ତି ଦେଖିଥିବେ  । ଯେଉଁ ମୂର୍ତ୍ତି ସବୁ ପଥର ଏବଂ ସିମେଣ୍ଟରେ ତିଆରି କରାଯାଇଥାଏ  । ମାତ୍ର ଏଠାରେ ଥିବା ହନୁମାନଙ୍କ ମୂର୍ତ୍ତି ମାଟି ଏବଂ ଗୋବରରେ ନିର୍ମିତ ହୋଇଛି ।ମହାତ୍ମା ବିଷ୍ଣୁ ଦାସ କହିଛନ୍ତି ଯେ ଫାରୁଖାବାଦରେ ହନୁମାନ ଜୀଙ୍କର ଅନେକ ମନ୍ଦିର ରହିଛି  । କିନ୍ତୁ ଫାରୁଖାବାଦର ଭୋଲେପୁରରେ ଅବସ୍ଥିତ ଏହି ମନ୍ଦିରର ଇତିହାସ ଅତ୍ୟନ୍ତ ଏୗତିହାସିକ  । କୁହାଯାଏ ଯେ ଥରେ ଜଣେ ବ୍ରିଟିସ୍ ଅଧିକାରୀ ମନ୍ଦିର ରାସ୍ତା ଦେଇ ଯାଉଥିବାବେଳେ କହିଥିଲେ ଏହି ମନ୍ଦିରର କୌଣସି ମହର୍ତ୍ତ୍ବ ନାହିଁ । ଏହାପରେ ତାଙ୍କ ଗାଡିଟି ଓଲଟି ପଡିଥିଲା । ଏହାପରେ ଇଂରେଜମାନେ ଏହି ମନ୍ଦିରରେ ଏକ ମୁଖ୍ୟ ଫାଟକ ନିର୍ମାଣ କରିଥିଲେ ।  ଦେଶର କୋଣ ଅନୁକୋଣରୁ ବହୁ ଶ୍ରଦ୍ଧାଳୁ ହନୁମାନଙ୍କ ଦର୍ଶନ ଲାଗି ଆସନ୍ତି  । ବିଶ୍ବାସ ରହିଛି କେହି କେବେ ଏହି ମନ୍ଦିରରୁ ଖାଲି ହାତରେ ଫେରେନାହିଁ । ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତି ହନୁମାନ ଜୀ ।

Comments are closed.