ଭୋପାଳ: ନିର୍ବାଚନ ମୈଦନାକୁ ଓହ୍ଲାଇଲେ କିନ୍ନର । ମଧ୍ୟପ୍ରଦେଶ ଶହଡୋଲ ଜିଲ୍ଲାର ଜୈତପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସୋମବାର ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ । ଜୈତପୁର ନିର୍ବାଚନ ମଣ୍ଡଳୀ ଏବେ ସବୁଠି ଚର୍ଚ୍ଚାରେ । ଏହି ଆସନରୁ ଜଣେ କିନ୍ନର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଭାରତ ପାର୍ଟି ପକ୍ଷରୁ ସେ ଏହି ନାମାଙ୍କନପତ୍ର ଦାଖଲ କରିଛନ୍ତି ।
୩୮ ବର୍ଷୀୟ କିନ୍ନର କାଜଲ ନାମାଙ୍କନ ଭରିବା ପରେ କହିଛନ୍ତି, ଏହି ବିଧାନସଭା ନିର୍ବାଚନ ମଣ୍ଡଳୀର ଲୋକମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଏଠାରେ ବିଜୁଳି ଖୁଣ୍ଟି ଲାଗିଛ । ହେଲେ ଲାଇଟ ଲାଗିନି । ପାଇପ ଅଛି କିନ୍ତୁ ପାଣି ଆସୁନି । ସ୍କୁଲର ଅବସ୍ଥା ମଧ୍ୟ ସେମିତି । ସ୍କୁଲ ଅଛି ହେଲେ ଶିକ୍ଷକ ନାହାନ୍ତି । ବିଜେପି ଏବଂ କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି, ଏଠାରେ ନେତାମାନେ କେବଳ ପ୍ରତିଶ୍ରୁତି ଦିଅନ୍ତି । ହେଲେ କେହି କାମ କରନ୍ତି ନାହିଁ । ଯଦି ମୋତେ ଜନତା ଏଠାରେ ସୁଯୋଗ ଦିଅନ୍ତି ତେବେ ଏହି ଅଞ୍ଚଳର ବିକାଶ କରି ମୁଁ ଦେଖାଇବି ।
ସୋହାଗ ପୁର ବିଧାନସଭା ମଣ୍ଡଳୀର ଜନତା ପ୍ରଥମ ଥର ପାଇଁ ଜଣେ କିନ୍ନରଙ୍କୁ ବିଧାୟକ ଭାବେ ମଧ୍ୟପ୍ରଦେଶ ବିଧାନସଭାକୁ ପଠାଇଥିଲେ । ଶବନମ ମାଉସୀ ଦେଶରୀ ପ୍ରଥମ କିନ୍ନର ଭାବେ ସାରା ଦେଶରେ ଚର୍ଚ୍ଚିତ ହୋଇଥିଲା । ବିଜେପି ଏବଂ କଂଗ୍ରେସ ଭୋଟ ମିଶିଲେ ଯେତିକି ହେବ ତାଠାରୁ ଅଧିକ ଭୋଟ ତାଙ୍କୁ ମିଳିଥିଲା ।
BREAKING NEWS
- ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ଉପରେ ଆକ୍ରମଣ ଘଟଣାରେ NIA ପକ୍ଷରୁ UAPA ଓ ଆଣ୍ଟି-ହାଇଜାକିଂ ଆଇନରେ ମାମଲା ରୁଜୁ
- ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପ-ନିର୍ଦ୍ଦେଶକଙ୍କ ପାଖରେ କୋଟିକୋଟି ସମ୍ପତି, ଗିରଫ କଲା ଭିଜିଲାନ୍ସ
- ମୁକେଶ ଅମ୍ବାନୀଙ୍କୁ କାହିଁକି ‘ପ୍ରଧାନମନ୍ତ୍ରୀ’ କହିଲେ ଏଲନ ମସ୍କ…
- CJPର ଆନ୍ଦୋଳନ ପୂର୍ବରୁ ବିମାନରୁ ଅଭିଜିତଙ୍କୁ ଟେକିନେଲା ପୋଲିସ
- ଶକ୍ତିଶାଳୀ ଭୂକମ୍ପରେ ଥରିଲା ପାନାମା; ସୁନାମି ଆଲର୍ଟ ଜାରି…
- ମହଙ୍ଗା ପଡିଲା ସାପ ସହ ରିଲ୍ସ; ନାଗ ଚୋଟରେ ଗଲା ଯୁବକଙ୍କ ଜୀବନ
- ୯.୨୪ କୋଟିର ସରକାରୀ ପାଣ୍ଠି ଆତ୍ମସାତ୍; ଆଉ ୩ ଗିରଫ
- ଛାତ୍ର ସଂସଦ ନିର୍ବାଚନ ବାତିଲ ନେଇ ଭଦ୍ରକ କଲେଜରେ ସାଇନ୍ ଡାଏ
- Salman Khan: ଫ୍ୟାନ୍ସଙ୍କୁ ଚମକାଇଲେ ଭାଇଜାନ୍! ହାଫ୍ ପ୍ୟାଣ୍ଟ ପିନ୍ଧି YouTubeରେ ଏଣ୍ଟ୍ରି କଲେ ସଲମାନ ଖାନ୍, ଛାଡ଼ିଦେବେ କି ଅଭିନୟ?
- ଦିଲ୍ଲୀ ମୁହାଁ CJP ସମର୍ଥକ; ଆନ୍ଦୋଳନ ଅଟକାଇବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର କଡ଼ା ନିର୍ଦ୍ଦେଶ

Comments are closed.