Latest Odisha News

BREAKING NEWS

ନବୀନ ଖୋର୍ଦ୍ଧାରେ ଶୁଭାରମ୍ଭ କଲେ ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ କଣ୍ଟିଲୋର ପ୍ରଧାନସାହିରେ ମଙ୍ଗଳବାର ଦିନ ‘ଘରେ ଘରେ ଶଙ୍ଖ’ କ୍ୟାମ୍ପେନର ଶୁଭାରମ୍ଭ କରିଛନ୍ତି ।

ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ନବୀନ କହିଛନ୍ତି, ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ ଦ୍ୱାରା ସମସ୍ତେ ନିଜ ଘରେ ଏହି ଶଙ୍ଖ ଚିହ୍ନ ରଖିବା ସହିତ ସମସ୍ତେ ମତାମତ ଦେବେ ଯାହାଦ୍ୱାରା ଦଳର ନିର୍ବାଚନ ଇସ୍ତାହାର ପ୍ରସ୍ତୁତ ହୋଇପାରିବ । ଆଗକୁ ଲୋକସଭା ଏବଂ ବିଧାନସଭା ନିର୍ବାଚନ ନିକଟତର ହେଉଥିବା ଯୋଗୁଁ ଶାସକ ବିଜୁ ଜନତା ଦଳ ଜନସାଧାରଣଙ୍କ ନିଜସ୍ୱ ମତ ରଖିବା ସହିତ ସେମାନଙ୍କ ମତାମତ ଏବଂ ପରାମର୍ଶ ଦ୍ୱାରା ହିଁ ଦଳର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବାରେ ସହାୟକ ହୋଇପାରିବ ।

ତେବେ ସୋମବାର ଦିନ ବରିଷ୍ଠ ବିଜେଡ଼ି ନେତା ଅରୁଣ ସାହୁ ଏବଂ ଦଳୀୟ ମୁଖପାତ୍ର ସସ୍ମିତ ପାତ୍ର ଘରକୁ ଘର କ୍ୟାମ୍ପେନ ଆରମ୍ଭ କରିବା ନେଇ ସୂଚନା ଦେଇଥିଲେ ।

‘ଘରେ ଘରେ ଖଙ୍ଖ’: ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ ଏହି ଶୀର୍ଷକରେ ବିଜେଡ଼ି ପକ୍ଷରୁ ଆଜି ରାଜ୍ୟବ୍ୟାପୀ ଆରମ୍ଭ ହୋଇଥିବା ବେଳେ ଏହା ରାଜ୍ୟର ପ୍ରାୟ ୮୬ ଲକ୍ଷ ପରିବାରକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛୁଇଁବାର ଲକ୍ଷ୍ୟ ରଖିଛି ବିଜୁ ଜନତା ଦଳ । ଏହା ଦ୍ୱାରା ରାଜ୍ୟର ଜନସାଧାରଣଙ୍କ ମତାମତ ଓ ପରାମର୍ଶ ସଂଗ୍ରହ କରାଯାଇ ଦଳର ନିର୍ବାଚନୀ ଇସ୍ତାହାର ପ୍ରସ୍ତତ କରାଯିବାର ଯୋଜନା ରହିଛି ବୋଲି ଦଳର ବରିଷ୍ଠ ନେତା କହିଛନ୍ତି ।

Leave A Reply

Your email address will not be published.