Latest Odisha News

BREAKING NEWS

ନାଇଜେରିଆ ହିଂସା; ୫୧ ସାଧାରଣ ଜନତା ଏବଂ ୧୮ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ନେଇ ସୂଚନା ଦେଲେ ରାଷ୍ଟ୍ରପତି

ଲାଗୋସା: ନାଇଜେରିଆରେ ପୋଲିସର ଅତ୍ୟାଚାର ବିରୋଧରେ ଅନେକ ଦିନ ଧରି ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ପରେ ହିଂସା ଘଟଣାରେ ଅତି କମ୍‌ରେ ୫୧ ଜଣ ସାଧାରଣ ନାଗରିକ ଏବଂ ୧୮ ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଥିବା ସୂଚନା ମିଳିଛି।

ନାଇଜେରିଆର ରାଷ୍ଟ୍ରପତି ମହମ୍ମଦୁ ବୁହାରୀ ଏହି ସୂଚନା ଦେଇଛନ୍ତି। ହିଂସା ପାଇଁ ବୁହାରୀ ଏହି ବିଶୃଙ୍ଖଳାକୁ ଦାୟୀ କରି କହିଛନ୍ତି ଯେ ସୁରକ୍ଷା ବାହିନୀ ‘ଅତ୍ୟନ୍ତ ସଂଯମତା’ର ସହିତ କାର୍ଯ୍ୟ କରିଛନ୍ତି। ରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟ ଆଫ୍ରିକୀୟ ଦେଶରେ ତିକ୍ତତାକୁ ଆହୁରି ବଢାଇପାରେ ବୋଲି ଆଶଙ୍କା କରାଯାଉଛି।

ତେବେଏହି ଘଟଣାକୁ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯାଇଛି। ମାନବାଧିକାର ସଂଗଠନ ‘ଆମ୍‌ନେଷ୍ଟି ଇଣ୍ଟରନ୍ୟାସନାଲ’ କହିଛି ଯେ ସୈନିକମାନେ ମଙ୍ଗଳବାର ରାତିରେ ଗୁଳି ଚାଳନା କରିଥିଲେ ଏବଂ ସେଥିରେ ଅତି କମ୍‌ରେ ୧୨ ଜଣ ପ୍ରଦର୍ଶନକାରୀଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ଆନ୍ତର୍ଜାତୀୟ ସ୍ତରରେ ଖୁବ୍‌ ନିନ୍ଦା କରାଯାଉଛି।

 

Comments are closed.