Latest Odisha News

BREAKING NEWS

ଢେଙ୍କାନାଳ ଓ ଚୌଦ୍ୱାର ଅଞ୍ଚଳରେ ହାତୀ ପଲଙ୍କ ଉତ୍ପାତ

ଭୁବନେଶ୍ୱର: ଜଙ୍ଗଲ ଛାଡ଼ି ଜନବସତି ମୁହାଁ ଗଜରାଜ । ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀଙ୍କ ଉପଦ୍ରବ ଖବର ସାମନାକୁ ଆସିଛି । ଢେଙ୍କାନାଳ ଜିଲ୍ଲା ସୋଗର ଗାଁରେ ହାତୀ ପଲ ଉପଦ୍ରବ ଚଳାଇଛନ୍ତି । ଗାଁ ଆଖପାଖରେ ବୁଲୁଛନ୍ତି ୨୩ଟି ହାତୀ । ଫଳରେ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି ।

ହାତୀ ପଲ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି । କାଜୁ ଜଙ୍ଗଲରେ ରହିଥିବାରୁ କିଛି କାମ ପଡ଼ିଲେ ବି ଯାଇ ପାରୁ ନାହାନ୍ତି ଲୋକ । ବନ ବିଭାଗ ଟିମ୍ ହାତୀଙ୍କୁ ଘଉଡ଼ାଇବା କାମରେ ଲାଗିଛନ୍ତି ।

ସେପଟେ କଟକ ଜିଲ୍ଲା ଚୌଦ୍ୱାର ଥାନା ନିକଟସ୍ଥ ଛତିଶାପାଟଣାରେ ଗାଁରେ ବି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ୨୨ଟିକିଆ ହାତୀପଲଙ୍କ ଉତ୍ପାତ ଚଳାଇଛନ୍ତି । ଦନ୍ତା ହାତୀଙ୍କୁ ଦେଖି ଲୋକ ଛାନିଆ ହୋଇଛନ୍ତି । ଫସଲ ବି ନଷ୍ଟ କରୁଛନ୍ତି । ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଘଉଡ଼ାଇବା କାମରେ ଲାଗିଛନ୍ତି ।

Leave A Reply

Your email address will not be published.