Latest Odisha News

ଖସିଲା କରୋନା ମିଟର, ରାଜ୍ୟରେ ୧୬୯୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଲଗାତର ଖସୁଛି କରୋନା ଗ୍ରାଫ । ପ୍ରାୟ ଏକ ସପ୍ତାହ ଧରି ରାଜ୍ୟରେ ୨ ହଜାର ତଳେ କରୋନା ଚିହ୍ନଟ ହୋଇଛନ୍ତି । ଗତ ୨୪ ଘାଂଟାରେ ୩୦ ଜିଲ୍ଲାରୁ ୧୬୯୫ ନୂଆ ମାମଲା ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୮୬ଜଣ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ ୭୦୯ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୯୫୮୨ରେ ପହଞ୍ଚିଛି ।
ଖୋର୍ଦ୍ଧା ଜିଲ୍ଲାରୁ ଆଜି ୨ଶହ ତଳେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ବଡ ଆଶ୍ୱସ୍ତିକର ଖବର । ଆଜି ଜିଲ୍ଲାରେୁ ୧୮୩ଟି ନୂଆ କରୋନା ପଜିଟିଭ ସାମ୍ନାକୁ ଆସିଛି । ସେହିପରି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮୩ଜଣ, ବାଲେଶ୍ୱର ଜିଲ୍ଲାରୁ ୧୨୮ଜଣ, ବରଗଡ଼ ଜିଲ୍ଲାରୁ ୫୬ଜଣ, ଭଦ୍ରକ ଜିଲ୍ଲାରୁ ୩୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୫ଜଣ, ବୌଦ୍ଧ ଜିଲ୍ଲାରୁ ୧୧ଜଣ, କଟକ ଜିଲ୍ଲାରୁ ୧୦୩ଜଣ, ଦେଓଗଡ଼ ଜିଲ୍ଲାରୁ ୧୧ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୩ଜଣ, ଗଜପତି ଜିଲ୍ଲାରୁ ୭ଜଣ, ଗଞ୍ଜାମ ଜିଲ୍ଲାରୁ ୪୫ଜଣ, ଜଗତସିଂହପୁର ଜିଲ୍ଲାରୁ ୭୭ଜଣ, ଯାଜପୁର ଜିଲ୍ଲାରୁ ୫୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୫ଜଣ, କଳାହାଣ୍ଡି ଜିଲ୍ଲାରୁ ୩୬ଜଣଷ କନ୍ଧମାଳ ଜିଲ୍ଲାରୁ ୩୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୨ଜଣ, କେନ୍ଦୁଝର ଜିଲ୍ଲାରୁ ୭୩ଜଣ, କୋରାପୁଟ ଜିଲ୍ଲାରୁ ୪୫ଜଣ, ମାଲକାନଗିରି ଜିଲ୍ଲାରୁ ୩୭ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୪୫ଜଣ, ନବରଙ୍ଗପୁର ଜିଲ୍ଲାରୁ ୫୧ଜଣ, ନୟାଗଡ଼ ଜିଲ୍ଲାରୁ ୩୨ଜଣ, ନୂଆପଡ଼ା ଜିଲ୍ଲାରୁ ୯୨ଜଣ, ପୁରୀ ଜିଲ୍ଲାରୁ ୫୧ଜଣ, ରାୟଗଡ଼ା ଜିଲ୍ଲାରୁ ୧୭ଜଣ, ସମ୍ବଲପୁର ଜିଲ୍ଲାରୁ ୪୨ଜଣ, ସୋନପୁର ଜିଲ୍ଲାରୁ ୨୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୧୦ଜଣ, ଷ୍ଟେଟ ପୁଲ୍‌ରୁ ୩୫ଜଣ ରହିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୭୯୫୮୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୮୮୮୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୫୯୪୧୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Leave A Reply

Your email address will not be published.