Latest Odisha News

BREAKING NEWS

 ୫୧ କେଜି ଗଞ୍ଜେଇ ଜବତ, ପଶ୍ଚିମବଙ୍ଗ ହେଉଥିଲା ଚାଲାଣ, ୩ ଗିରଫ

ଗୋପାଳପୁର: ୫୧ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ । ଗଞ୍ଜେଇ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ବେଳେ ଗୋପାଳପୁର ନିକଟରେ ଧରାପଡିଛି । ଏଥିରେ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିମାନେ ହେଲେ ୱାସିମ ହସନ, ସି.କେ ମୁସ୍ତାକିମ ଓ ଏସ କେ ମନ୍ନନ । ଏମାନେ ସମସ୍ତେ ପଶ୍ଚିମବଙ୍ଗର ଥିବା ଜଣାପଡ଼ିଛି ।

ସୂଚନାଅନୁସାରେ, ଆଜି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଗୋପାଳପୁର ନିକଟରେ ପେଟ୍ରୋଲିଂ କରୁଥିଲା । ଏକ ହୁଣ୍ଡାଇ ଗାଡି ଉପରେ ନଜର ପଡିଥିଲା । ସନ୍ଦେହ ସୃଷ୍ଟି ହେବାରୁ ଗାଟିଟିକୁ ଯାଞ୍ଚ କରାଯାଇଥିଲା । ଓଡିଶାରୁ ଗଞ୍ଜେଇ ପଶ୍ଚିମବଙ୍ଗ ଯାଉଥିବା ସେମାନେ ସ୍ବୀକାର କରିଛନ୍ତି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.