Latest Odisha News

BREAKING NEWS

Naxalites Surrender:୫୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ;ମୁଣ୍ଡରେ ରହିଛି ୧କୋଟି୪୧ ଲକ୍ଷ

ରାୟପୁର:ଗୁରୁବାର ୫୨ ହାର୍ଡକୋର ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ଆତ୍ମସମର୍ପଣକାରୀ ନକ୍ସଲଙ୍କୁ ଧରିବା ପାଇଁ ମୋଟ ୧କୋଟି୪୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଏମାନେ ସମସ୍ତେ ଦକ୍ଷିଣ ଉପ-ଜୋନାଲ ବ୍ୟୁରୋ ସହିତ ଜଡିତ ଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ମଧ୍ୟରେ DKSZC, AOB ଡିଭିଜନ ଏବଂ ଭୈରମଗଡ଼ ଏରିଆ କମିଟିର ମାଓବାଦୀମାନେ ସାମିଲ ଅଛନ୍ତି।

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୨୧ ଜଣ ମହିଳା ମାଓବାଦୀ ଏବଂ ୩୧ ଜଣ ପୁରୁଷ ମାଓବାଦୀ ଅଛନ୍ତି। ସେମାନେ ସମସ୍ତେ ଭାରତର ସମ୍ବିଧାନ ଏବଂ ଆଇନର ଶାସନ ଉପରେ ଆସ୍ଥା ପ୍ରକଟ କରିଛନ୍ତି।

ଏହା ବିଜାପୁରରେ ବର୍ଷର ସବୁଠାରୁ ବଡ଼ ନକ୍ସଲ ଆତ୍ମସମର୍ପଣ। ପୋଲିସ ଏହାକୁ ଏକ ବଡ଼ ସଫଳତା ବୋଲି ବିବେଚନା କରୁଛି। ଜାନୁଆରୀ ୧, ୨୦୨୪ ପରଠାରୁ, ବିଜାପୁର ଜିଲ୍ଲାରେ ମୋଟ ୮୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି, ଯେତେବେଳେ କି ୧,୧୨୬ ଜଣଙ୍କୁ ଗିରଫ କରାଯାଇଛି। ଏଥି ମଧ୍ୟରେ ୧୧୨୬ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ୨୦୨୪ ମସିହାରୁ ବିଭିନ୍ନ ଏନକାଉଣ୍ଟରରେ ୨୨୩ ଜଣ ନକ୍ସଲ ନିହତ ହୋଇଛନ୍ତି।

Leave A Reply

Your email address will not be published.