Latest Odisha News

BREAKING NEWS

ବେଙ୍ଗ ଖାଉଛନ୍ତି ବିହାରବାସୀ; ଭିଡିଓ ଭାଇରାଲ୍ !

ବିହାର: ସୋସିଆଲ୍ ମିଡିଆରେ ଚର୍ଚ୍ଚା ସାଉଣ୍ଟିଛି ବିହାର । ଭାଇରାଲ ହୋଇଛି ବେଙ୍ଗ ପୋଡି ଖାଇବାର ଭିଡିଓ । ତେବେ ବୟସ୍କ ପୁରୁଷ କି ମହିଳା ନୁହେଁ ବରଂ ଛୋଟଛୋଟ ପିଲା ବେଙ୍ଗ ପୋଡି ଖାଉଥିବାର ଏହି ଭିଡିଓର ସତ୍ୟତା କିଛି ଭିନ୍ନ ରହିଛି ।

ଭାଇରାଲ୍ ହୋଇଥିବା ଏହି ଭିଡିଓରେ କ୍ୟାପ୍ସନ ଜରିଆରେ ଦାବି ହୋଇଥିଲା ଦଶବ୍ୟାପୀ ଲକ୍‌-ଡାଉନରେ ପ୍ରଭାବିତ ହୋଇ ବିହାରର ଜେହାନାବାଦରେ ଭୋକ ମେଣ୍ଟାଇବା ପାଇଁ ବେଙ୍ଗ ପୋଡି ଖାଉଛନ୍ତି ଏକାଧିକ ନାବାଳକ ।

ସମୟକ୍ରମେ ଏହି ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ୍ ହୋଇଥିଲା । ଏପରିକି ଘଟଣାକୁ ନେଇ ଖୋଦ ନାବାଳକମାନେ କ୍ୟାମେରା ଆଗରେ ସ୍ୱୀକାର ବି କରିଥିଲେ ।

ଏହି ଘଟଣା ବିହାର ପ୍ରଶାସନ ଆଖିରେ ପଡିବା ପରେ ବେଙ୍ଗ ପୋଡି ଖାଉଥିବା ପିଲାମାନଙ୍କ ଘରେ ପର୍ଯ୍ୟାପ୍ତ ଖାଦ୍ୟ ମହଜୁଦ ଥିବା ନେଇ ଜେହାନାବାଦ ଡେପୁଟି ମାଜିଷ୍ଟ୍ରେଟ ଏକ ଭିଡିଓ ଶେୟାର କରି ସମସ୍ତ ସତ୍ୟତା ଦର୍ଶାଇଥିଲେ । ସୂଚନା ଅନୁଯାୟୀ କିଛି ଖଳପ୍ରକୃତି ଲୋକ ଛୋଟ ପିଲାମାନଙ୍କୁ ପ୍ରବର୍ତ୍ତାଇ ଏପରି ମିଥ୍ୟା ଗୁଜବ ସଷ୍ଟି କରିବାକୁ ଚେଷ୍ଟା କରିଥିଲେ ।

Leave A Reply

Your email address will not be published.