Latest Odisha News

BREAKING NEWS

ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ, ୫୩ ଜଣ ମେଡିକାଲରେ ଭର୍ତ୍ତି

କାମାକ୍ଷାନଗର: ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସୋଗର ଗାଁରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକାଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି । ଅସୁସ୍ଥ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୩ ଜଣଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୬ ଜଣ ଛାତ୍ରଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।

ଆଜି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୪୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୬୪ ଜଣ ଛାତ୍ରଛାତ୍ରୀ ଖାଇଥିଲେ ମଧ୍ୟାହ୍ନ ଭୋଜନ । ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଭାତ ସହିତ ପୋକ ମିଶା ସୋୟାବଡ଼ି ଖାଇବାକୁ ଦିଆ ଯାଇଥିବା ଛାତ୍ରଛାତ୍ରୀ ଅଭିଯୋଗ ଆମିଛନ୍ତି ।

ବିଦ୍ୟାଳୟରେ ସୋଗର ଗାଁର ମହିମା ମା ହର ଗୌରୀ ସ୍ୱୟଂ ସହାୟକ ଗୋଷ୍ଠୀ ଖାଦ୍ୟ ଯୋଗାଣ କରୁଛି । ଛୁଆଙ୍କୁ ଏଭଳି ଖାଦ୍ୟ କିଭଳି ପରିସ୍ଥିତିରେ ଦିଆଗଲା । ତାର ତଦନ୍ତ ଦାବି କରିଛନ୍ତି ଅଭିଭାବକ ।

Leave A Reply

Your email address will not be published.