ନୂଆଦିଲ୍ଲୀ: ମହାନ ଫୁଟବଲ ଖେଳାଳି ବାଇଚୁଙ୍ଗ ଭୂତିଆ ସର୍ବଭାରତୀୟ ଫୁଟବଲ ଫେଡେରେଶନ ସଭାପତି ପଦ ପାଇଁ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଦୌଡରେ ପୂର୍ବତନ ଖେଳାଳି କଲ୍ୟାଣ ଚୌବେ ଆଗରେ ରହିଛନ୍ତି । ଦୀପକ ମଣ୍ଡଳ ଓ ମଧୂ କୁମାରୀ ସାଥୀ ଖେଳାଳି ଭୂତିଆଙ୍କ ନାମ ସୁପାରିଶ କରିଥିଲେ । ଯଦି ମୁଁ ଏହି ପଦରେ ବିଜୟ ହାସଲ କରେ ତାହାହେଲେ ଭାରତୀୟ ଫୁଟବଲର ବିକାଶ ପାଇଁ ଜଣେ ଆଡମିନିଷ୍ଟ୍ରେଟର ଭାବେ ଆପ୍ରାଣ ଉଦ୍ୟମ କରିବି ବୋଲି ଭୂତିଆ କହିଛନ୍ତି । ଫୁଟବଲ ଦିଲ୍ଲୀର ସଭାପତି ଶାଜି ପ୍ରଭାକରନଙ୍କ ସମେତ ଇଗେନସନ ଲାୟନଗଡୋହ, ଅଜିତ ବାନାର୍ଜୀ ମଧ୍ୟ ଏହି ପଦ ପାଇଁ ଆବେଦନ କରିଛନ୍ତି । ମୋହନ ବାଗାନ ଓ ଇଷ୍ଟବେଙ୍ଗଲର ପକ୍ଷରୁ ଖେଳୁଥିବା ପୂର୍ବତନ ଗୋଲକିପର ତଥା ବିଜେପି ନେତା ଚୌବେଙ୍କ ନାମ ଗୁଜରାଟ ଓ ଅରୁଣାଚଳ ପ୍ରଦେଶ ଫୁଟବଲ ଆସୋସିଏଶନ ସିପାରିଶ କରିଛନ୍ତି । ଅଗଷ୍ଟ ୨୮ରେ ଏଆଇଏଫଏଫ ଏକଜିକ୍ୟୁଟିଭ କମିଟି ନିର୍ବାଚନ ଆୟୋଜିତ ହେବ ।
BREAKING NEWS
- କଟକ ଷ୍ଟେସନରେ ପୂର୍ବତଟ ରେଳପଥର ‘ରେଳ ଜନ ସମ୍ବାଦ’: ଯାତ୍ରୀଙ୍କ ସମସ୍ୟା ଓ ସୁବିଧା ନେଇ ସିଧାସଳଖ ଆଲୋଚନା
- ସ୍କ୍ରବ୍ ଟାଇଫସ୍ରେ ୧୧ ବର୍ଷୀୟ ବାଳକଙ୍କ ମୃତ୍ୟୁ
- ନିୟମ ବାହାରେ ଔଷଧ ସେବନ, ୨ଟି ମ୍ୟାଚ୍ରୁ ବାହାରିଲେ ସିମର ସ୍କଟ୍
- Missing Girl:ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର;ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
- ନିଖୋଜ ପ୍ରେମୀ ଯୁଗଳଙ୍କ ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର
- ‘Protests Achieve Nothing’: ବିରୋଧୀଙ୍କୁ ଶାହାଙ୍କ ସମାଲୋଚନା
- Ranbir Kapoor Apologise: କାହିଁକି ଦଶହରା ମଞ୍ଚରେ ଭୁଲ୍ ମାଗିଲେ ରଣବୀର କପୂର?
- ଦୁର୍ଗା ପୂଜା ବିସର୍ଜନ ଦେଖିବାକୁ ଯାଇ ବୁଡ଼ିଗଲେ; ଜଣେ ମୃତ, ୨ ନିଖୋଜ
- Rahul Gandhi’s Vietnam visit: “ମୁଁ କୌଣସି ଟ୍ରାଭେଲ୍ ଏଜେଣ୍ଟ ନୁହେଁ”: ରାହୁଲଙ୍କ ଭିଏତନାମ ଗସ୍ତ ଉପରେ ଥରୁରଙ୍କ ରୋକ୍ଠୋକ୍ ଜବାବ, ତେଜିଲା ବିଜେପି-କଂଗ୍ରେସ ବାକ୍ଯୁଦ୍ଧ…
- ଦାଉଦର ଡି-କମ୍ପାନୀ ଭାରତ ଭିତ୍ତିକ ନୁହେଁ, ଜାତିସଂଘରେ ପ୍ରତ୍ୟାଖ୍ୟାନ କଲା ଦେଶ

Comments are closed.