ନୂଆଦିଲ୍ଲୀ: ମହାନ ଫୁଟବଲ ଖେଳାଳି ବାଇଚୁଙ୍ଗ ଭୂତିଆ ସର୍ବଭାରତୀୟ ଫୁଟବଲ ଫେଡେରେଶନ ସଭାପତି ପଦ ପାଇଁ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଦୌଡରେ ପୂର୍ବତନ ଖେଳାଳି କଲ୍ୟାଣ ଚୌବେ ଆଗରେ ରହିଛନ୍ତି । ଦୀପକ ମଣ୍ଡଳ ଓ ମଧୂ କୁମାରୀ ସାଥୀ ଖେଳାଳି ଭୂତିଆଙ୍କ ନାମ ସୁପାରିଶ କରିଥିଲେ । ଯଦି ମୁଁ ଏହି ପଦରେ ବିଜୟ ହାସଲ କରେ ତାହାହେଲେ ଭାରତୀୟ ଫୁଟବଲର ବିକାଶ ପାଇଁ ଜଣେ ଆଡମିନିଷ୍ଟ୍ରେଟର ଭାବେ ଆପ୍ରାଣ ଉଦ୍ୟମ କରିବି ବୋଲି ଭୂତିଆ କହିଛନ୍ତି । ଫୁଟବଲ ଦିଲ୍ଲୀର ସଭାପତି ଶାଜି ପ୍ରଭାକରନଙ୍କ ସମେତ ଇଗେନସନ ଲାୟନଗଡୋହ, ଅଜିତ ବାନାର୍ଜୀ ମଧ୍ୟ ଏହି ପଦ ପାଇଁ ଆବେଦନ କରିଛନ୍ତି । ମୋହନ ବାଗାନ ଓ ଇଷ୍ଟବେଙ୍ଗଲର ପକ୍ଷରୁ ଖେଳୁଥିବା ପୂର୍ବତନ ଗୋଲକିପର ତଥା ବିଜେପି ନେତା ଚୌବେଙ୍କ ନାମ ଗୁଜରାଟ ଓ ଅରୁଣାଚଳ ପ୍ରଦେଶ ଫୁଟବଲ ଆସୋସିଏଶନ ସିପାରିଶ କରିଛନ୍ତି । ଅଗଷ୍ଟ ୨୮ରେ ଏଆଇଏଫଏଫ ଏକଜିକ୍ୟୁଟିଭ କମିଟି ନିର୍ବାଚନ ଆୟୋଜିତ ହେବ ।
BREAKING NEWS
- ପୁଣି ଭାରତ – ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେବେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ୍
- Diveagar Beach Tragedy:ପିକନିକ୍ ହେଲା କାଳ;ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ

Comments are closed.