Latest Odisha News

BREAKING NEWS

ଟ୍ରାଫିକ୍ ପରିଚାଳନାରେ ନିୟୋଜିତ ହେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଟ୍ରାଫିକ୍ ପରିଚାଳନାରେ ନିୟୋଜିତ ହେବେ ଛାତ୍ରଛାତ୍ରୀ। ସୋମବାର ଦିନ ପୋଲିସ କମିଶନର ଏସ ଦେବ ଦତ୍ତ ସିଂହ ଏକ ସାକ୍ଷାତକାରରେ କହିଛନ୍ତି ଯେ ଭୁବନେଶ୍ୱର ଏବଂ କଟକରେ ଟ୍ରାଫିକ୍ ପରିଚାଳନାରେ କମିଶନରେଟ୍ ପୋଲିସକୁ ସାହାଯ୍ୟ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ନିୟୋଜିତ କରାଯିବ।

 

ଏଥିପାଇଁ କମିଶନରେଟ୍ ପୋଲିସ ଦ୍ୱାରା ମୋଟ ୫୩ ଜଣ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ନିୟୋଜିତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଏକ ନିର୍ଦ୍ଦିଷ୍ଟ ୟୁନିଫର୍ମ ଏବଂ ପରିଚୟ ପାଇଁ ଏକ ଟୋପି ପ୍ରଦାନ କରାଯିବ। ତେବେ ଏହି ଛାତ୍ରଛାତ୍ରୀମାନେ ସ୍ୱଇଛାରେ ଜନସେବାରେ ଯୋଗଦାନ କରିବେ ବୋଲି ଜଣାପଡ଼ିଛି।

ଏହି ଛାତ୍ରଛାତ୍ରୀ ମାନେ ସାମିଲ ହେବା ଫଳରେ ସହରର ଟ୍ରାଫିକ୍ ବ୍ୟବସ୍ଥା ଆହୁରି ସୁଦୃଢ଼ ହୋଇପାରିବ ବୋଲି କମିଶନର କହିଛନ୍ତି। ଟ୍ରାଫିକ୍ ପୋଲିସକୁ ସମର୍ଥନ କରିବା ସହ ଛାତ୍ରମାନଙ୍କ ମଧ୍ୟରେ ନାଗରିକ ଦାୟିତ୍ୱକୁ ପ୍ରୋତ୍ସାହିତ ଏବଂ ଟ୍ରାଫିକ୍ ଉଲ୍ଲଂଘନ ଉପରେ ଶୂନ୍ୟ-ସହିଷ୍ଣୁତା ନୀତି ଲାଗୁ କରିବା ଲକ୍ଷ୍ୟ ରହିଛି।

 

Comments are closed.