Latest Odisha News

BREAKING NEWS

ସୁନ୍ଦରଗଡ଼ ନବୋଦୟ ବିଦ୍ୟାଳୟରୁ ଆଉ ୫୩ ଛାତ୍ରଛାତ୍ରୀ କରୋନା ସଂକ୍ରମିତ

ସୁନ୍ଦରଗଡ଼: ସୁନ୍ଦରଗଡ଼ର ଜିଂକନଗର ଜବାହାର ନବୋଦୟ ବିଦ୍ୟାଳୟରେ ପୁଣି ୫୩ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୮୯କୁ ବୃଦ୍ଧି ପାଇଛି । ମଙ୍ଗଳବାର ୩୬ ଜଣ ପିଲା ସଂକ୍ରମିତ ହୋଇଥିଲେ । ଏକାଥରକରେ ଏତେ ପିଲା ସଂକ୍ରମିତ ଚିହ୍ନଟ ହେବା ନେଇ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି ।

ପଜିଟିଭ୍ ଚିହ୍ନଟ ସବୁ ପିଲା ହଷ୍ଟେଲରେ ଆଇସୋଲେସନରେ ଅଛନ୍ତି । ବିଦ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବା ସହ ପାଠପଢ଼ା ବନ୍ଦ ରଖାଯାଇଛି । ସମସ୍ତଙ୍କ ଲକ୍ଷ୍ୟଣ ସାମାନ୍ୟ ରହିଛି ଏବଂ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଭଲ ରହିଛି ବୋଲି ସୂଚନା ମିଳିଛି । ନମୂନା ପରୀକ୍ଷା ଜାରି ରହିଥିବାରୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି କୁହାଯାଇଛି । କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । କିନ୍ତୁ ଏତେ ମାତ୍ରାରେ ସ୍କୁଲ ପିଲା ସଂକ୍ରମିତ ହେବା ନେଇ ବଢ଼ିଛି ଚିନ୍ତା ।

Leave A Reply

Your email address will not be published.