Latest Odisha News

BREAKING NEWS

ଉଦଘାଟିତ ହେଲା ସୋମା ବାଗଚୀଙ୍କର ଏକକ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର : ବ୍ରହ୍ମେଶ୍ୱର ପାଟଣା ସ୍ଥିତ ସୁଭଦ୍ରା ଆର୍ଟ ଗ୍ୟାଲେରୀରେ ଶିଳ୍ପୀ ସୋମା ଏମ. ବାଗଚୀଙ୍କର ଏକ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। । ଲୋକସଭା ଆୟୋଗର ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ।

ତ୍ୱରିତ ବରଣ ବାଗଚୀ ଓ ତାରା ପ୍ରସାଦ ରଥଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଚିତ୍ରଶିଳ୍ପୀ ପ୍ରଣବ ଅଖଣ୍ଡ, ଭାସ୍କର୍ଯ୍ୟ ଶିଳ୍ପୀ ରବି ନାରାୟଣ ରଥ, ଚକ୍ରଧର ବେହେରା, ଆଶୀଷ ପଟ୍ଟନାୟକ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।

ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ପ୍ରତ୍ୟେକ ଚିତ୍ର ଏକ ବାର୍ତ୍ତା ପ୍ରଦାନ କରୁଛି ବୋଲି ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ମତବ୍ୟକ୍ତ କରିଥିଲେ।

ବିଭିନ୍ନ ମାଧ୍ୟମର ୪୮ ଗୋଟି ଚିତ୍ର ସ୍ଥାନ ପାଇଥିବା ଏହି ପ୍ରଦର୍ଶନୀ ଚଳିତ ମାସର ୭ ତାରିଖ ପର୍ଯ୍ୟନ୍ତ ଦର୍ଶକମାନଙ୍କ ପାଇଁ ଖୋଲା ରହିବ ବୋଲି ଗ୍ୟାଲେରୀ ଅଧ୍ୟକ୍ଷ ସୂର୍ଯ୍ୟ ରଥ ସୂଚନା ପ୍ରଦାନ କରିଥିବା ବେଳେ ସମାଜସେବୀ ମୀନତି ରଥ ଯୋଗ ଦେଇଥିଲେ ।

Leave A Reply

Your email address will not be published.