Latest Odisha News

BREAKING NEWS

ଓଡ଼ିଶାରେ ଦୁଇ ହଜାର ମୁହାଁ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଦୁଇ ହଜାର ମୁହାଁ ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରୁ ୧୮୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ୩୦ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି । କ୍ୱାରେଣ୍ଟିନରୁ ୧୧୦୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଥି ୭୯୧ । ୧୮ ବର୍ଷ ଭିତରେ ଆଉ ୨୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ଲମ୍ବା ଲମ୍ଫ ମାରିଛି ସଂକ୍ରମଣ । ଖୋର୍ଦ୍ଧାରୁ ୬୬୯ ଓ ସୁନ୍ଦରରଗଡ଼ରୁ ୨୬୨ ପଜିଟିଭ୍ ବାହାରିଛନ୍ତି । ମୋଟ୍ ୫ଟି ଜିଲ୍ଲାରେ ଦୈନିକ ସଂକ୍ରମଣ ତିନି ଅଙ୍କ ଛୁଇଁଛି । କଟକରୁ ୧୪୮, ସମ୍ୱଲପୁରରୁ ୧୨୫, ବାଲେଶ୍ୱର ଜିଲ୍ଲାରୁ ଆଉ ୧୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡ଼ାରୁ ୬୬, ପୁରୀରୁ ମୟୂରଭଞ୍ଜରୁ ୪୦, ଗଞ୍ଜାମରୁ ୩୪, କେନ୍ଦୁଝରରୁ ୩୧, ଯାଜପୁରରୁ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ସବୁ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୦ ଭିତରେ ରହିଛି ।

ରାଜ୍ୟରେ ସଂକ୍ରମଣ ହାର ୨.୬୨ ପ୍ରତିଶତକୁ ବୃଦ୍ଧି ପାଇଛି । ଗତକାଲି ପଜିଟିଭ୍ ହାର ଥିଲା ୧.୭୬ ପ୍ରତିଶତ । ରାଜ୍ୟରୋ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୫୯ହଜାର ୭୭୩କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୧୦ଲକ୍ଷ ୪୫ହଜାର ୫୧୪ ଆକ୍ରାନ୍ତ । ଆକ୍ଟିଭ୍ କେସ୍ ସଂଖ୍ୟା ୫୭୩୯କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.