Latest Odisha News

ବିପୁଳ ପରିମାଣ ବ୍ରାଉନ୍ ସୁଗାର ଜବତ, ୪ ଗିରଫ

ପୁରୀ: ୫୩୮ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ ସହ ୪ ଗିରଫ। ଟାଉନ୍ ଥାନା ଗଦାଧର ହାଇସ୍କୁଲ ପାର୍କିଂରୁ ଧରିଲା ପୋଲିସ। ନଗଦ ୭ ଲକ୍ଷ ୩୨ ହଜାର ଟଙ୍କା ସହ ଗୋଟିଏ ଦେଶୀ ବନ୍ଧୁକ ଜବତ।

ଗିରଫଙ୍କ ମଧ୍ୟରୁ ୨ ଜଣ ଖୋର୍ଦ୍ଧାର, ଜଣେ ପୁରୀ ଓ ବାଲେଶ୍ବରର ବୋଲି ଜଣାପଡିଛି। ପୁରୀ ଟାଉନ ଥାନା ଗଦାଧର ହାଇସ୍କୁଲ ପାର୍କିଂ ସ୍ଥଳରୁ ପୋଲିସ ୫୩୮ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୬୬ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

ଅନ୍ୟପଟେ ରାୟଗଡା ଜିଲ୍ଲାରେ ଗଞ୍ଜେଇ ମାଫିଆ କାରବାର ଧରାପଡିଛି। ବଡକୁଡିଙ୍ଗ୍ ଛକ ନିକଟରେ ଏକ ପିକଅପ୍‌ ଗାଡ଼ିରୁ ୧୮ ଟି ଜରିବସ୍ତାରେ ଭର୍ତ୍ତି ଗଂଞ୍ଜେଇକୁ ଜବତ କରିଛି ପୋଲିସ । ଜବତ ହୋଇଥିବା ଗଞ୍ଜେଇର ଓଜନ ୪୧୬ କେଜି ହେବ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରୁ ଗାଡ଼ିର ଡ୍ରାଇଭର ଏବଂ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଛନ୍ତି। ରାୟଗଡା ଜିଲ୍ଲା ଗୁଡାରି ଥାନା ବଡକୁଡିଙ୍ଗ୍ ଛକ ନିକଟରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । ପୋଲିସ ଗାଡିକୁ ଜବତ କରିବା ସହ ସେଥିରେ ଥିବା ୧୮ ବସ୍ତା ଗଞ୍ଜେଇକୁ ଜବତ କରିଛି । ଜବତ ହୋଇଥିବା ଗଞ୍ଜେଇର ଓଜନ ୪୧୬ କେଜି ରହିଥିବା ଜଣାପଡିଛି ।

Comments are closed.