Latest Odisha News

ନିଜ ସ୍ମାର୍ଟଫୋନରେ ଭୂକମ୍ପ ଆଲର୍ଟ ଏହିପରି ଟର୍ନ୍ ଅନ୍ କରନ୍ତୁ…

ଭୁବନେଶ୍ବର:ଆଜି ଦିଲ୍ଲୀ ଏନସିଆର ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୪.୦ ରହିଥିଲା । ଦିଲ୍ଲୀ ସମେତ ଉତ୍ତରପ୍ରଦଦେଶ, ବିହାର ଓ ହରିୟାଣାରେ ମଧ୍ୟ ଭୂକମ୍ପ ଝଟକା ଲାଗିଥିଲା। କିନ୍ତୁ ଆପଣ ଜାଣିଛନ୍ତି କି,  ସ୍ମାର୍ଟଫୋନ୍ ୟୁଜରଙ୍କ ପାଇଁ ଗୁଗୁଲ ଭୂକମ୍ପ ଡିଟେକ୍ଟର (Earthquake detector) ଫିଚର ରୋଲ ଆଉଟ କରିଛି, ଯେତେବେଳେ ଭୂକମ୍ପ ଆସେ ଏହା ଆପଣଙ୍କୁ ସତର୍କ କରାଇଥାଏ । ଆପଣ ନିଜ ସ୍ମାର୍ଟଫୋନରେ ମଧ୍ୟ ଏହି ଫିଚର ଟର୍ନ୍ ଅନ୍ କରିପାରିବେ ।

ଆଣ୍ଡ୍ରଏଡ୍ ଫୋନ୍ ରେ ଭୂକମ୍ପ ଆଲର୍ଟ ଏହିପରି ଟର୍ନ୍ ଅନ୍ କରିବେ:

-ଫୋନ୍ ସେଟିଂକୁ ଯାଆନ୍ତୁ । ତା’ପରେ Safety & emergency ଉପରେ ଟ୍ୟାପ୍ କରନ୍ତୁ ।
– ଏହାପରେ Earthquake alerts ଉପରେ ଟ୍ୟାପ୍ କରନ୍ତୁ ।
-ଯଦି ଆପଣଙ୍କ ଫୋନ୍ ରେ Safety & emergency ବିକଳ୍ପ ନାହିଁ , ତେବେ Location ରେ ଟ୍ୟାପ୍ କରନ୍ତୁ ଏବଂ Advancedକୁ ଯାଆନ୍ତୁ । ଏହାପରେ Earthquake alerts  ଟ୍ୟାପ୍ କରନ୍ତୁ ।
-ଏହା ପରେ ଏହି ଅପ୍ସନ୍ ଟର୍ନ୍ ଅନ୍ କରନ୍ତୁ ।

ସ୍ମାର୍ଟଫୋନରେ ଏହି ଆଲର୍ଟ ସିଷ୍ଟମ ଟର୍ନ୍ ଅନ୍ କରିବା ପରେ, ୟୁଜରମାନେ ସେମାନଙ୍କ ଚାରିପାଖରେ ଘଟୁଥିବା ପ୍ରତ୍ୟେକ ଭୂକମ୍ପ ବିଷୟରେ ସୂଚନା ପାଇପାରିବେ । ଧ୍ୟାନ ରଖନ୍ତୁ ଯେତେବେଳେ ଭୂକମ୍ପ ତୀବ୍ରତା ୪.୫ କିମ୍ବା ଅଧିକ ଥାଏ ସେତେବେଳେ ହିଁ ଏହି ଆଲର୍ଟ ସିଷ୍ଟମ କାର୍ଯ୍ୟ କରିଥାଏ । କମ୍ ତୀବ୍ର ଭୂକମ୍ପରେ ଏହି ଆଲର୍ଟ କାମ କରେ ନାହିଁ ।

ସମସ୍ତ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଏକ ଆକ୍ସିଲେରୋମିଟର ନାମକ ଏକ ସେନ୍ସର ଅଛି, ଯାହା ଡିଭାଇସରେ ସେସମୋମିଟର ପରି କାମ କରେ । କମ୍ପନ ହେବା ସମୟରେ ଏହି ସେନସର ୟୁଜରଙ୍କୁ ଏକ ଆଲର୍ଟ ପଠାଏ । ଗୁଗୁଲ ନିଜର ବ୍ଲଗ୍ ପୋଷ୍ଟରେ କହିଛି ଯେ, ଯଦି ଫୋନ୍ ଚାର୍ଜିଂ ହେଉଥିବ , ସେତେବେଳେ ଫୋନ୍ ସ୍ଥିର ଥିବ, ଏହି ସମୟରେ ଭୂକମ୍ପର ପ୍ରଥମ ସଙ୍କେତକୁ ଜାଣିଯାଏ ଓ ୟୁଜରଙ୍କୁ ଆଲର୍ଟ କରିଦିଏ ।

ସ୍ମାର୍ଟଫୋନ୍ ସ୍କ୍ରିନରେ ୟୁଜରମାନେ ଭୂକମ୍ପର ତୀବ୍ରତା ସମେତ ଆଖପାଖ ଅଞ୍ଚଳରେ ଘଟିଥିବା ଭୂକମ୍ପ ବିଷୟରେ ସୂଚନା ପାଆନ୍ତି। ଗୁଗୁଲ କହିଛି ଯେ, ଭୂକମ୍ପର ଗତି ଅପେକ୍ଷା ଇଣ୍ଟରନେଟ୍ ସଙ୍କେତର ଗତି ବହୁତ ଦ୍ରୁତ ଅଟେ। ଏହି କାରଣରୁ, ୟୁଜରମାନେ ଶୀଘ୍ର ଭୂକମ୍ପ ଆଲର୍ଟ ପାଇପାରିବେ ଏବଂ ସେମାନେ ଏକ ସୁରକ୍ଷିତ ସ୍ଥାନରେ ପହଞ୍ଚି ନିଜ ଜୀବନ ରକ୍ଷା କରିପାରିବେ ।

 

Comments are closed.