Latest Odisha News

BREAKING NEWS

୧୩ ବର୍ଷିୟ ନାବାଳିକାକୁ ଦୁଷ୍କର୍ମ କରି ୫୫ ବର୍ଷିୟ ବୃଦ୍ଧ ଗିରଫ

ଭଦ୍ରକ: ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନସ୍ଥ ଓଳଗ ପଞ୍ଚାୟତ ବୋଡ଼କ ଗାଁରେ ୧୩ ବର୍ଷିୟ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ୫୫ ବର୍ଷିୟ ବୃଦ୍ଧ ଗିରଫ। ନାବାଳିକାର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଭଦ୍ରକ ମେଡିକାଲ ପଠାଯାଇଛି। ନାବାଳିକା ଜଣକ ସ୍କୁଲରୁ ପାଠପଢି ଘରକୁ ଯାଉଥିବା ସମୟରେ ସେହି ଗାଁର ବିଘିନା ଜେନା(୫୫) କିଛି ଟଙ୍କା ପ୍ରଲୋଭନ ଦେଖାଇ ଏକ ନିଛାଟିଆ ଜାଗାକୁ ନେଇ ଦୁଷ୍କର୍ମ କରିବା ଅଭିଯୋଗ ହୋଇଛି।

ନାବାଳିକାକୁ ଚେତା ଶୂନ୍ୟ କରି ସେଠାରୁ ପଳାଯାଇଥିଲା ଅଭିଯୁକ୍ତ। ନାବାଳିକାର ଚେତା ଫେରିବା ପରେ ପ୍ରଥମେ ବିଦ୍ୟାଳୟର ସହପାଠୀ ଓ ପରେ ଘର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକଙ୍କ ପକ୍ଷରୁ ଆରଡି ଫାଣ୍ଡିରେ ଅଭିଯୋଗ କରାଯିବା ପରେ ଘଟଣା ଜଣାପଡିଥିଲା। ସୂଚନା ଥାଉକି ଗତ କିଛିଦିନ ପୂର୍ବରୁ ଚାନ୍ଦବାଲିରେ ନାବାଳିକା ଝିଅକୁ ଦୁଷ୍କର୍ମ କରି ହତ୍ୟା କରିବା ଘଟଣା ସାରା ଓଡିଶାରେ ଲଜ୍ଜାକର ଘଟଣା ମନରୁ ଲିଭି ନଥିବାବେଳେ ପୁଣି ଭଦ୍ରକ ଧୂଷୁରୀରେ ଘଟିଛି ଏପରି ଘଟଣା।

Comments are closed.