Latest Odisha News

BREAKING NEWS

ଦାଦନ ଦୁଃଖ: ରାଜ୍ୟ ବାହାରକୁ ଚାଲାଣ ବେଳେ କଣ୍ଟାବାଞ୍ଜିରୁ ୫୬ ଶ୍ରମିକ ଉଦ୍ଧାର

ବଲାଙ୍ଗିର: ରାଜ୍ୟ ବାହାରକୁ ଚାଲାଣ ବେଳେ କଣ୍ଟାବାଞ୍ଜି ଷ୍ଟେସନରୁ ୫୬ ଦାଦନ ଶ୍ରମିକ ଉଦ୍ଧାର । ବେଆଇନ ଭାବରେ ସେମାନଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା । ସେମାନଙ୍କ ଭିତରେ ଅଛନ୍ତି ୨୫ ପୁରୁଷ, ୨୩ ମହିଳା ଓ ୮ ଜଣ ଶିଶୁ ।

ଉଦ୍ଧାର ଶ୍ରମିକମାନେ ସମସ୍ତେ ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳର ବୋଲି ଜଣା ପଡ଼ିଛି । ଏହି ଘଟଣାରେ ସର୍ଦ୍ଦାର ଫେରାର ହୋଇଯାଇଛି । ତାକୁ ଧରିବା ପାଇଁ ତନାଘନା ଚଳାଇଛି ପୋଲିସ ।

ଉଦ୍ଧାର ଦାଦନ ଶ୍ରମିକମାନେ ସର୍ଦ୍ଦାରଠାରୁ ମୁଣ୍ଡା ପିଛା ୩୫ରୁ ୪୦ ହଜାର ଟଙ୍କା ଲେଖାଏ ଅଗ୍ରୀମ ନେଇଥିଲେ । ଅଟୋ ଓ ପିକଅପ ଗାଡ଼ି ଯୋଗେ ରେଳଷ୍ଟେସନକୁ ଯାଉଥିବା ବେଲେ ପୋଲିସ ଚଢାଉ କରିଥିଲା । ସେମାନେ ହାଇନ୍ଦ୍ରାବାଦର ଏକ ଇଟା ଭାଟିକୁ କାମ କରିବା ପାଇଁ ସର୍ଦ୍ଦାର ନେଇ ଯାଉଥିଲା ।

Leave A Reply

Your email address will not be published.