Latest Odisha News

BREAKING NEWS

ସିକ୍କିମ ବନ୍ୟା: ୫୬ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ଫସିଛନ୍ତି ୩ହଜାର ପର୍ଯ୍ୟଟକ, ଖରାପ ପାଗ କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା

ସିକ୍କିମ: ଉତ୍ତର-ପୂର୍ବ ସିକ୍କିମରେ ପ୍ରକୃତିର ଭୟଙ୍କର ରୁପ ଦେଖିବା ପାଇଁ ମିଳିଛି । ବାଦଲ ଫଟା ବର୍ଷା ଯୋଗୁଁ ହଠାତ୍ ବନ୍ୟା ଆସିବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ସାଧାରଣ ନାଗରିକଙ୍କ ଠାରୁ ଆରମ୍ଭ କରି ସୁରକ୍ଷା କ୍ଷେତ୍ରରେ ନିୟୋଜିତ ଯବାନ ମଧ୍ୟ ଭାସିଯାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୟଙ୍କର ବନ୍ୟା ରେ ୫୬ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ହେଲିକପ୍ଟର ସାହାଯ୍ୟରେ ଏହି ବନ୍ୟାରେ ଫସି ରହିଥିବା ହଜାର ହଜାର ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରଖିଛି ଉଦ୍ଧାରକାରୀ ଦଳ ।

ତ୍ୟଧିକ ବର୍ଷା ଯୋଗୁଁ ତିସ୍ତା ନଦୀରେ ସୃଷ୍ଟି ହୋଇଥିଲା ବଡଧରଣର ବନ୍ୟା । ଯେଉଁଥିପାଇଁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏଥିରେ ୨୩ ଜଣ ଯବାନଙ୍କ ସମେତ ୧୨୦ ଜଣ ଲୋକ ପତ୍ତା ମିଳିନଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୟଙ୍କର ବନ୍ୟାରେ ୫୬ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ୨୩ ଜଣ ଯବାନଙ୍କ ମଧ୍ୟରୁ ଏବେବି ୭ଜଣ ଯବାନ ମଧ୍ୟ ନିଖୋଜ ରହିଛନ୍ତି । ଅନ୍ୟପଟେ ଓଡଶାର ଜଣେ ଯବାନଙ୍କ ମଧ୍ୟ ମୃତ୍ୟୁ ଘଟିଛି । କେବଳ ସେତିକି ନୁହେଁ ଏହି ବନ୍ୟାରେ ୩୦୦୦ ହଜାରରୁ ଉର୍ଦ୍ଧ ପର୍ଯ୍ୟଟକ ମଧ୍ୟ ଫସି ରହିଥିବା ଜଣାପଡିଛି । ଫସି ରହିଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ଓଡିଶାର କିଛି ପର୍ଯ୍ୟଟକ ମଧ୍ୟ ଥିବା ସୂଚନା ମିଳିଛି । ସମସ୍ତଙ୍କୁ ଉଦ୍ଧାର ପାଇଁ ବଡ ଧରଣର ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି ।

ଅନ୍ୟପଟେ ସିକ୍କିମ ସରକାରଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପାଇଁ କେନ୍ଦ୍ର ସରକାର ନିଶ୍ଚିତ କରିଛନ୍ତି। କେନ୍ଦ୍ର ଗୃହ  ତଥା ସମବାୟ ମନ୍ତ୍ରୀ ଅମିତ ଶାହ ୨୦୨୩-୨୪ ବର୍ଷ ପାଇଁ ସିକ୍କିମର ପ୍ରଭାବିତ ଲୋକଙ୍କୁ ରିଲିଫ ବ୍ୟବସ୍ଥା ଯୋଗାଇବା ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ) ର ସେଣ୍ଟ୍ରାଲ୍ ସେୟାରର ୪୪.୮୦ କୋଟି ଟଙ୍କାର ଉଭୟ କିସ୍ତି ପ୍ରଦାନକୁ ଅନୁମୋଦନ କରିଛନ୍ତି।

ସିକ୍କିମ ସରକାରଙ୍କ ସଦ୍ୟତମ ତଥ୍ୟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ୩ହଜାର ପର୍ଯ୍ୟଟକଙ୍କ ମଧ୍ୟରୁ ୨୦୧୧ ଜଣଙ୍କୁ ଉଦ୍ଧାର କରାଯାଇଛି । ୨୫,୦୦୦ ରୁ ଅଧିକ ଲୋକ ଏହି ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଭାସିଯାଇଥିବା ୨୩ ଯବାନଙ୍କ ମଧ୍ୟରୁ ୧୬ଜଣଙ୍କର ପାର୍ଥିବ ଶରୀର ଉଦ୍ଧାର କରାଯାଇଛି । ସିକ୍କିମ୍ ସିଏମ୍ ପ୍ରେମ ସିଂ ତମାଙ୍ଗ କହିଛନ୍ତି ଯେ ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତ ଏଜେନ୍ସି ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଦିନରାତି କାମ କରି ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରାଯାଉଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ମଧ୍ୟ କାର୍ଯ୍ୟ ଚାଲିଛି ।

Leave A Reply

Your email address will not be published.