Latest Odisha News

BREAKING NEWS

ଅନନ୍ୟ ଗୁରୁକୂଳ ସ୍କୁଲ: ଘଞ୍ଚ ଜଙ୍ଗଲରେ ପିଲାଙ୍କୁ ଦିଆଯାଉଛି ଶିକ୍ଷାଦାନ…

ବିହାର : ବିହାର ଗୟା ଅଞ୍ଚଳରେ ରହିଛି ଅନନ୍ୟ ଗୁରୁକୁଲ ସ୍କୁଲ  । ଏଠାରେ ପିଲାମାନେ ଛାତ ଘରେ ପାଠ ପଢୁନାହାନ୍ତି । ଏଠାରେ ଘଞ୍ଚ ଜଙ୍ଗଲରେ ପିଲା ମାନଙ୍କୁ ଶିକ୍ଷା ଦିଆଯାଉଛି  । କେବଳ ଶିକ୍ଷା ନୁହେଁ  ଗଛ ଲଗାଇବା , ରୋଷେଇ କରିବା , ଚାଷଜମିରେ କାମ କରିବା ଏବଂ ମ୍ୟାଟ୍ ତିଆରି କରିବା ନେଇ ପିଳାଙ୍କୁ ଶିକ୍ଷା ଦିଆଯାଉଛି । ଗୟାର କୋହବରୀ ପଞ୍ଚାୟତରେ ରହିଛି ଏହି ଗୁରୁକୁଳ ସ୍କୁଲ  ।

୨୦୧୭ ମସିହାରୁ ଏହି ସ୍କୁଲକୁ ଚଳାଇଆସୁଛନ୍ତି ସ୍ବାମୀ ସ୍ତ୍ରୀ ଅନୀଲ ଏବଂ ରେଖା  । ଦିଲ୍ଲୀରୁ ଏଲଫିଲ ଏବଂ ପିଜି ଡିଗ୍ରୀ ହାସଲ କରିବା ପରେ ବର୍ତ୍ତମାନ ଗାଁର ପିଲା ମାନଙ୍କୁ ଶିକ୍ଷାଦାନ ଦେଉଛନ୍ତି  । ଦିଲ୍ଲୀର ଏକ ଶିକ୍ଷାଗତ ଅନୁସନ୍ଧାନ କମ୍ପାନୀରେ ଚାକିରି ଛାଡି ଏମାନେ ୧ ହଜାର ଦୂରରେ ଥିବା ଗୟା ଜଙ୍ଗଲରେ ଗୁରୁକୁଲ ଚଳାଉଛନ୍ତି। କୋହବରୀ ଗାଁରେ  ପହଞ୍ଚିବାର ଏକମାତ୍ର ଉପାୟ ହେଉଛି ମାଟି କାଦୁଅ ଭରା ରାସ୍ତା । ପ୍ରତିଦିନ ଏଠାରେ ନକ୍ସଲି ଘଟଣା ଘଟୁଛି  । ସହୋଦୟ ଆଶ୍ରମର ନିର୍ଦ୍ଦେଶକ ଅନୀଲ କୁମାର କହିଛନ୍ତି ଯେ ସେ ପାଟନା ଜିଲ୍ଲାର ବିହାର ବାସିନ୍ଦା।

ଉଭୟ ସ୍ୱାମୀ-ସ୍ତ୍ରୀ ବ୍ୟସ୍ତ ଜୀବନ ଛାଡି ବର୍ତ୍ତମାନ ଦୁର୍ଗମ ଜଙ୍ଗଲରେ ଶିକ୍ଷାର ନିଆଁ ଜାଗ୍ରତ କରୁଛନ୍ତି। ଏଠାରେ ଘନ ଜଙ୍ଗଲରେ ପିଲାମାନେ ଗଛ ତଳେ ଅଧ୍ୟୟନ କରନ୍ତି ରୋଷେଇ, ପଶୁପାଳନ, ଚାଷ, ପତ୍ରରୁ ଖଟ ତିଆରି ଇତ୍ୟାଦି ତାଲିମ ଦିଆଯାଉଛି ।ଅନିଲ କହିଛନ୍ତି ଯେ ସେ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ ଯାଇଥିଲେ। ଏମଫିଲ୍ ଏବଂ ପିଜି ଡିଗ୍ରୀ ସମାପ୍ତ କରିବା ପରେ, ସେ ଏକ ଭଲ ବେତନରେ ଶିକ୍ଷାଗତ ଅନୁସନ୍ଧାନ କମ୍ପାନୀରେ ଅନୁସନ୍ଧାନକାରୀ ଭାବରେ କାର୍ଯ୍ୟ କରୁଥିଲେ । ଯେଉଁଠାରେ ସେ ରେଖାଙ୍କୁ ଭେଟିଥିଲେ । ଏହି କ୍ରମରେ ଦୁହେଁ ବିବାହ କରିଥିଲେ । ୨୦୧୭ ମସିହାରୁ ଏଠାରେ ପିଲାମାନଙ୍କୁ ଶିକ୍ଷାଦାନ ଦିଆଯାଉଛି ।

Leave A Reply

Your email address will not be published.