Latest Odisha News

BREAKING NEWS

ଡକାୟତି ପାଇଁ କରୁଥିଲେ ପ୍ଲାନ; ଧରିନେଲା ପୋଲିସ

ପୁରୀ: ପୁରୀ ସମୁଦ୍ରକୂଳ ଥାନା ପୋଲିସ ଗୁରୁବାର ଦିନ ତାଲାବାଣିଆ ଅଞ୍ଚଳର ଏକ ସ୍ଥାନରୁ ପାଞ୍ଚଜଣ ଅସାମାଜିକ ଲୋକଙ୍କୁ ଗିରଫ କରିଛି।

ଏହି ବ୍ୟକ୍ତି ମାନର ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ପୋଲିସ ଏମାନଙ୍କୁ ରେଡ଼ ହ୍ୟାଣ୍ଡେଲଡ଼ ଧରିଥିବା ସୂଚନା ମିଳିଛି। ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଏବଂ ଅନେକ ତୀକ୍ଷ୍ଣ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଗିରଫ ବ୍ୟକ୍ତିମାନେ ରେଲୱେ କଲୋନୀର ଜଗନ୍ ବେହେରା (୨୪), ଶ୍ରୀକ୍ଷେତ୍ର କଲୋନୀର କରଣ ଖଉଡ଼ିଆ (୨୧), ରେଲୱେ କଲୋନୀର ସୁକାନ୍ତ ନାୟକ, ଦାର୍ଜିପୋଖରୀ ଛକର ସୁବାଶ ମହାନ୍ତି (୩୬) ଏବଂ ଡେଲଟା କଲୋନୀର ସୋମନାଥ ସାହୁ (୨୬) ବୋଲି ଜଣାପଡିଛି। ପୋଲିସ ଏକ ମାମଲା ରୁଜୁ କରିଛି ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.