Latest Odisha News

BREAKING NEWS

ବଲିଉଡରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ପାଇଁ ଏନସିବିର ପ୍ରସ୍ତୁତି !

ମୁମ୍ବାଇ: ନାରକୋଟିକ୍ସ କଂଟ୍ରୋଲ ବୋର୍ଡ (ଏନସିବି) ଡାଇରେକ୍ଟର ରାକେଶ ଅସ୍ଥାନା ଚୁପଚାପ ମୁମ୍ବାଇ ଯାଇ ତଦନ୍ତ କରି ଆସିବା ପରେ ବଲିଉଡରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଆଶା କରାଯାଉଛି । ଅଭିନେତା ସୁଶାନ୍ତ ସିଂ ରାଜପୁତ କେସର ତଦନ୍ତ ବେଳେ ଏନସିବି ବଲିଉଡର ଡ୍ରଗ୍ସ ର‌୍ୟାକେଟ କାର୍ଯ୍ୟ କରୁଥିବା ଜାଣିପାରିଥିଲା । ଆଗାମୀ ୨ ସପ୍ତାହ ମଧ୍ୟରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣେ ଅଧିକାରୀ ନାମ ଲୁଚାଇ କହିଛନ୍ତି । ଏନସିବି ଇତି ମଧ୍ୟରେ ଡ୍ରଗ୍ସ କେସରେ ୨୦ଜଣଙ୍କୁ ଗିରଫ କରି ସାରିଛି ।

ସୂଚନା ମୁତାବକ ଡ୍ରଗ୍ସ ର‌୍ୟାକେଟ ବଲିଉଡର କେତେକ ଲୋକଙ୍କ ସହାୟତାରେ ହେରୋଇନ, ଏମ୍ଫଟେମିନ ନିଶା ପାକିସ୍ତାନ-ଆଫଗାନିସ୍ତାନ କିମ୍ବା ମୋଜାମ୍ବିକ-ଶ୍ରୀଲଙ୍କା ରୁଟରେ ମୁମ୍ବାଇ ଆଣୁଛନ୍ତି । ଆମେରିକା, ବ୍ରିଟେନ, କାନାଡା ଓ ଦକ୍ଷିଣ ଆଫ୍ରିକା ଦେଶର ଅଧିକାରୀଙ୍କ ସହ ଏନସିବି ଏ ନେଇ ଆଗୁଆ ଆଲୋଚନା କରି ସାରିଛି ।

Leave A Reply

Your email address will not be published.