Latest Odisha News

BREAKING NEWS

ହାପି ବାର୍ଥ ଡେ ପ୍ରଭାସ

ନୂଆଦିଲ୍ଲୀ: ଆଜି ହେଉଛି ‘ବାହୁବଲୀ’ ଅର୍ଥାତ୍‌ ପ୍ରଭାସଙ୍କ ଜନ୍ମଦିନ। ୧୯୭୯ ମସିହା ଅକ୍ଟୋବର ୨୩ରେ ପ୍ରଭାସଙ୍କ ଜନ୍ମ। ସେ ୪୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେ ତେଲୁଗୁ ଚଳଚ୍ଚିତ୍ର ଜଗତ ସହିତ ବଲିଉଡ୍‌ରେ ମଧ୍ୟ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛନ୍ତି। ଦେଶ ବିଦେଶ ତାଙ୍କର ଲୋକପ୍ରିୟତା ବିସ୍ତାର ଲାଭ କରିଛି।

ସେ ୨୦୦୨ରେ ଚଳଚ୍ଚିତ୍ର ‘ଇଶ୍ୱର’ରେ ଡେବ୍ୟୁ କରିଥିଲେ। ୨୦୦୪ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବର୍ଷମ୍‌’ ପ୍ରଭାସଙ୍କ ଅଭିନୀତ ପ୍ରଥମ ସଫଳ ଚଳଚ୍ଚିତ୍ର ଥିଲା। ଏସ୍ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଛତ୍ରପତି’ ତାଙ୍କୁ ଅଧିକ ଲୋକପ୍ରିୟ କରିଥିଲା। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ।

୨୦୦୮ରେ ‘ବୁଜିଗଡୁ’, ୨୦୧୦ ରେ ‘ଡାର୍ଲିଂ’ ଏବଂ ୨୦୧୩ ରେ ‘ମିର୍ଚି’ ଭଳି ଅନେକ ସୁପରହିଟ୍ ଚଳଚ୍ଚିତ୍ର ଭେଟି ଦେଇଛନ୍ତି ପ୍ରଭାସ। ଏହା ପରେ ୨୦୧୫ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବାହୁବଳୀ’ ତାଙ୍କୁ ବିଶ୍ୱବ୍ୟାପୀ ପ୍ରସିଦ୍ଧିତା ଆଣିଦେଇଥିଲା।

ଏହାପରେ ୨୦୧୭ରେ ରିଲିଜ୍‌ ହୋଇଥିବା ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାହୁବଳୀ-୨’ ହିନ୍ଦୀ ସେନମା ଜଗତରେ ରେକର୍ଡ ସୃଷ୍ଟି କରିଥିଲା।  ତେବେ ପ୍ରଭାସଙ୍କ ଜନ୍ମଦିନ ଅବସରରେ ଅନେକ ବଲିଉଡ୍ ଏବଂ ଟଲିଉଡ୍‌ ସେଲିବ୍ରେଟମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.