Latest Odisha News

BREAKING NEWS

୯ରୁ ୧୩ ଗଞ୍ଜାମର ସବୁ ସହରାଞ୍ଚଳ ସଟ୍‌ଡାଉନ୍‌

ବ୍ରହ୍ମପୁର: ରାଜ୍ୟରେ ଜାରି ରହିଛି କରୋନାର ଆତଙ୍କ । କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଗଂଜାମ ଜିଲ୍ଲା । ତେଣୁ ଜୁଲାଇ ୯ରୁ ୧୩ ଯାଏଁ ଗଂଜାମର ସବୁ ସହରାଞ୍ଚଳ ସଟ୍‌ଡାଉନ୍ ରହିବ । ଏନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଘୋଷଣା କରିଛନ୍ତି । ୫ଟି ବ୍ଲକ ସଦର ମହକୁମା ଓ ୧୭ଟି ଏନଏସି ମଧ୍ୟ ସଟଡାଉନ ଘୋଷଣା କରାଯାଇଛି ।

ସଟଡ଼ାଉନ ସମୟରେ ଘରଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ ଅଭିଯାନ ଚଳାଇବ ଜିଲ୍ଲା ପ୍ରଶାସନ । ଏଥିପାଇଁ ୨୦୦ଟି ସ୍ୱାସ୍ଥ୍ୟ ଟିମ ଗଠନ କରାଯାଇଛି । ସବୁ ଟିମରେ ଜଣେ ଜଣେ ଡାକ୍ତର ରହିବେ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଳାପାଳ ।

Leave A Reply

Your email address will not be published.