Latest Odisha News

BREAKING NEWS

ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା, ସଂକ୍ଷେପରେ…

ଭୁବେନଶ୍ୱର: ଦୁର୍ଗା ପୂଜା । ଭାରତରେ ସବୁଠୁ ଅଧିକ ଦିନ ଧରି ଏହି ପୂଜା ଉତ୍ସବକୁ ପାଳନ କରାଯାଇଥାଏ । ତେବେ ଦେଶର ବିଭିନ୍ନ ପ୍ରାନ୍ତରେ ପୂଜାର ନାମକରଣ ବି ଭିନ୍ନ ରହିଥାଏ । ୯ଟି ରୂପରେ ୯ଦିନ ପର୍ଯ୍ୟନ୍ତ ପୂଜା ପାଇଥାନ୍ତି ମା’ ଦୁର୍ଗା । ଉତ୍ତର ଦିଗରେ ଥିବା ରାଜ୍ୟଗୁଡିକ ଯେଉଁଠି ନବରାତ୍ରୀ ରୂପେ ଏହି ପୂଜା କରିଥାନ୍ତି, ସେଠି ପୂର୍ବ ଭାରତରେ ଦୁର୍ଗା ପୂଜା ରୂପେ ନାମିତ ହୋଇଛି ।

ମହିଷାସୁର ମର୍ଦିନୀଙ୍କ ପୂଜା:
ରାବଣ ସହ ଯୁଦ୍ଧ ପୂର୍ବରୁ ପ୍ରଥମେ ପ୍ରଭୁ ରାମ ମହିଷାସୁର ମର୍ଦ୍ଧିନିଙ୍କୁ ପୂଜା କରିଥିଲେ । ସେବେଠୁ ଦୁର୍ଗା ପୂଜା ଉତ୍ସବକୁୁ ମହା ଆଡମ୍ବରରେ ଲୋକେ ପାଳନ କରିଆସୁଛନ୍ତି ।

ବାସନ୍ତୀ ପୂଜା:
ପ୍ରକୃତରେ ଦୁର୍ଗା ପୂଜା ବସନ୍ତ ଋତୁରେ ପାଳନ କରାଯାଉଥିଲା । ଏହି କାରଣରୁ ବାସନ୍ତୀ ପୂଜା ରୂପେ ନାମିତ ହୋଇଥିଲା । ହେଲେ ଏବେ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଏହି ପୂଜାକୁ ପାଳନ କରାଯାଉଥିବାରୁ ଏହି ପୂଜାକୁ ଅକାଳ ବୋଧନ ରୂପେ ମଧ୍ୟ ନାମିତ କରାଯାଇଛି ।

ବିଭିନ୍ନ ନାମ:
କେବଳ ପୂର୍ବ ଭାରବେର ଦୁର୍ଗା ପୂଜା ରୂପେ ଉତ୍ସବକୁ ପାଳନ କରାଯାଇଥାଏ । ଅନ୍ୟପଟେ ପଶ୍ଚିମ ଭାରତରେ ନବରାତ୍ରୀ, ଗରବା ଓ ଡାଣ୍ଡିଆ ଉତ୍ସବ ରୂପେ ପାଳନ ହୋଇଥାଏ । ସେହିଭଳି ଉତ୍ତରରେ ରାମଲିଳା ଓ ଦକ୍ଷିଣରେ ଗୋଲୁ ବା ବୋନାଲୁ ରୂପେ ପାଳନ କରାଯାଇଥାଏ ।

ବେଶ୍ୟାବାଡି ମାଟିରୁ ନିର୍ମିତ ହୁଏ ମା’ ଦୁର୍ଗାଙ୍କ ମୂର୍ତ୍ତୀ:
ବେଶ୍ୟାବାଡିକୁ ପୁରାଣରେ ପବିତ୍ର ସ୍ଥାନ ରୂପେ ବିବେଚନା କରାଯାଇଛି । ବିଶ୍ୱାସ ରହିଛି ବେଶ୍ୟାବାଡିର ପ୍ରବେଶ ଦ୍ୱାରରେ ପ୍ରତ୍ୟେକ ପୁରୁଷ ନିଜର ପବିତ୍ରତାକୁ ଛାଡି ଭିତରକୁ ପ୍ରବେଶ କରିଥାନ୍ତି । ଏହି କାରଣରୁ ବେଶ୍ୟାବାଡିକୁ ପବିତ୍ର ତଥା ଏହି ସ୍ଥାନରୁ ମାଟିକୁ ନେଇ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ କରାଯାଇଥାଏ ।

କୁମାରୀ ପୂଜା:
ଦୁର୍ଗା ପୂଜା ସମୟରେ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଏକ ପ୍ରଥାର ଆରମ୍ଭ ହୋଇଥିଲା । ପ୍ରଥା ଅନୁୂଯାୟୀ ଅବିବାହିତ ଝିଅମାନଙ୍କୁ ମଧ୍ୟ ପୂଜା କରାଯାଇଥାଏ । ଯେଉଁମାନେ ଏହି ପ୍ରଥାକୁ ପାଳନ କରିଥାନ୍ତି, ସେମାନେ ଉପବାସ ରଖିବା ସହ ଅଳ୍ପ ବୟସର ଝିଅମାନଙ୍କୁ ଭୋଜନ ତଥା ଉପହାର ପ୍ରଦାନ କରିଥାନ୍ତି ।

Leave A Reply

Your email address will not be published.