Latest Odisha News

BREAKING NEWS

ରିୟାନ,ଟେୱାଟିଆଙ୍କ ଲଢ଼ୁଆ ବ୍ୟାଟିଂ, ରାଜସ୍ଥାନ ୫ ଉଇକେଟରେ ବିଜୟୀ

ଦୁବାଇ: ରିୟାନ ପରାଗ(୪୨ରନ) ଓ ରାହୁଲ ଟେୱାଟିଆ(୪୫)ଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଚଳିତ ଆଇପିଏଲ ରବିବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୫ ଉଇକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଡେଭିଡ ୱାର୍ଣ୍ଣର (୪୮) ଓ ମନୀଷ ପାଣ୍ଡେଙ୍କ ୫୪ ରନ ସହାୟତାରେ ୨୦ ଓଭରରେ ୪ ଉଇକେଟ ବିନିମୟରେ ୧୫୮ ରନ କରିଥିଲା । ଜବାବରେ ରାଜସ୍ଥାନ ୧୯.୫ ଓଭରରେ ୫ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

ରାହୁଲ ଓ ରିୟାନ ୬ଷ୍ଠ ଉଇକେଟରେ ୮୫ ରନ ସଂଗ୍ରହ କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ରାଜସ୍ଥାନ ୬ ମ୍ୟାଚରୁ ୩ ବିଜୟ ହାସଲ କରିଥିବା ବେଳେ ହାଇଦ୍ରାବାଦ ୭ ମ୍ୟାଚରୁ ୪ର୍ଥ ପରାଜୟବରଣ କରିଛି ।

Leave A Reply

Your email address will not be published.