Latest Odisha News

BREAKING NEWS

ଆସୁଛି ଦୁର୍ଗାପୂଜା; କେଉଁ ଦିନ କେଉଁ ଦୀପ ଜାଳି କରିବେ ମାଆଙ୍କ ଆରାଧନା, ଜାଣନ୍ତୁ

ଭୁବନେଶ୍ୱର: ଆସୁଛି ମାଆ ଜଗତଜନିନୀ ଦୁର୍ଗାଙ୍କ ଶାରଦୀୟ ଦୁର୍ଗାପୂଜା। ତେବେ ମାଆଙ୍କର ଏହି ପୂଜାର ଶେଷ ତିନିଦିନ ମାଆଙ୍କୁ ଉପାସନା କରିବାର ଉତ୍କୃଷ୍ଟ ସମୟ ବୋଲି କୁହାଯାଏ। ନବରାତ୍ରର ଉପବାସ ଯେଉଁମାନେ କରିପାରନ୍ତି ନାହିଁ , ସେମାନେ ଏହି ତିନି ଦିନ( ଅଷ୍ଟମୀ, ନବମୀ, ଦଶମୀ) ଉପବାସ ରହି ମାଆଙ୍କୁ ଆରାଧନା କରିପାରିବେ ।

ତେବେ ଏହି ତିନିଦିନ ମାଆଙ୍କ ଆରାଧନା ପାଇଁ କେଉଁ ଦୀପ ଜାଳିଲେ ଶୁଭଫଳ ମିଳିଥାଏ ଆସନ୍ତୁ ଜାଣିବା

ଅଷ୍ଟାମୀ ଦିନ ଜଳାନ୍ତୁ ଘିଅ ଦୀପ:

ମହାଅଷ୍ଟାମୀ ଅବସରରେ ମାଆଙ୍କ ନିକଟରେ ଘିଅ ଦୀପ ପ୍ରଜ୍ୱଳନ କରାଯାଏ । ଏହି ଦିନ ମା’ ମହାଗୌରୀ ବେଶରେ ପୂଜା ପାଆନ୍ତି । ଶାସ୍ତ୍ର ଅନୁଯାୟୀ ଗୌରୀ ଅର୍ଥାତ ପାର୍ବତୀଙ୍କୁ ଘିଅ ଦୀପ ଦେଇ ଆରାଧନା କଲେ ଭକ୍ତଙ୍କ ସକଳ ମନସ୍କାମନା ପୂରଣ ହୋଇଥାଏ ।

ନବମୀରେ ଜଳାନ୍ତୁ ରାଶି ତେଲ ଦୀପ :

ମାଆଙ୍କ ନବମୀ ତିଥିରେ ମହମାୟାଙ୍କ ନିକଟରେ ରାଶି ତେଲରେ ଦୀପ ପ୍ରଜ୍ବଳନ କରନ୍ତୁ । ନବମୀରେ ମାଆ ସିଦ୍ଧିଦାତ୍ରୀ ରୂପରେ ଭକ୍ତଙ୍କୁ ଆର୍ଶୀବାଦ କରନ୍ତି । ପୁରାଣ କହେ ଏହିଦିନ ମାଆଙ୍କ ପାଖରେ ରାଶିତେଲ ଦେଇ ଦୀପ ଜାଳିଲେ ଘରୁ ନକାରାତ୍ମକ ଶକ୍ତି ଦୂର ହେବା ସହ ଜୀବନରୁ ଖରାପ ପ୍ରଭାବ ମଧ୍ୟ ନଷ୍ଟ ହୋଇଥାଏ ।

ଦଶମୀ ଦିନ ନଡ଼ିଆ ତେଲ ଦୀପ :

ଦଶହରାର ଶେଷ ତଥା ଅନ୍ତିମ ଦିନକୁ ବିଜୟାଦଶମୀ ବୋଲି କୁହାଯାଏ । ଅସତ୍ୟ ଉପରେ ଏହିଦିନ ସତ୍ୟର ବିଜୟ ହୋଇଥିଲା । କୁହାଯାଏ ଦେବୀଙ୍କ ପାଖରେ ଏହିଦିନ ନଡ଼ିଆ ତେଲର ଦୀପ ପ୍ରଜ୍ବଳନ କରିଲେ ନିଜର ସଫଳତା ସହ ଆପଣଙ୍କ ଘରର ସୁଖ ଶାନ୍ତି ବଜାୟ ରହିଥାଏ ।

Leave A Reply

Your email address will not be published.