Latest Odisha News

ଆପଣଙ୍କ ସୁଖଦୁଃଖରେ ଯିଏ ରହିବେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ଟୁରିଷ୍ଟଙ୍କୁ ନୁହେଁ:ପାଣ୍ଡିଆନ

କଟକ: ସାଧାରଣ ନିର୍ବାଚନ ପାଇଁ ନେତାମାନେ ପ୍ରଚାର ଜୋରଦାର କରିଛନ୍ତି । ଏହି ମଧ୍ୟରେ ଆଜି ବଡ଼ମ୍ୱାରେ ଭିକେ ପାଣ୍ଡିଆନ ପ୍ରଚାର କରିଛନ୍ତି । ସେ ବିରୋଧିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯିଏ ଆପଣଙ୍କ ସାଙ୍ଗରେ ଦିନରାତି ଛିଡ଼ା ହେବେ, ସୁଖଦୁଃଖରେ ରହିବେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ଟୁରିଷ୍ଟଙ୍କୁ ନୁହେଁ । ଜୁନ ୯ ତାରିଖରେ ୧୧.୩୦ରୁ ଅପରାହ୍ନ ୧ ଘଣ୍ଟା ମଧ୍ୟରେ ନବୀନ ପଟ୍ଟନାୟକ ପୁଣିଥରେ  ଆପଣଙ୍କ ମୁଖ୍ୟମନ୍ତ୍ରୀ ହୋଇ ଆପଣଙ୍କ ସେବା କରିବା ପାଇଁ ଦାୟିତ୍ୱ ନେବେ ।

ପ୍ରଥମେ ବିଜୁଳି ବିଲ୍‍  ଛାଡ଼ କରି ୯୦ ପ୍ରତିଶତ ପରିବାରଙ୍କୁ ଉପକୃତ କରିବେ । ଆପଣମାନେ ଖୁସି ତ ? କହି ଜନସାଧାରଣଙ୍କୁ ଭୋଟ ଭିକ୍ଷା କରିଥିଲେ ପାଣ୍ଡିଆନ । ଭୋଟ ଦିନ ବିପୁଳ ସଂଖ୍ୟାରେ ଆସି ଭୋଟ ଦିଅନ୍ତୁ । ଆପଣ ବିଜୁଳି ପାଇବେ, ବିରୋଧୀ କରେଣ୍ଟ ପାଇବେ ।ବିଜେପି କହୁଛି ମାଗଣା ବିଜୁଳି ଦେବ, ୪୦/୫୦ ହଜାର ଟଙ୍କା ଖର୍ଚ୍ଚ କରି ଆପଣ ସୋଲାର ପ୍ୟାନେଲ ଲଗାଇବେ, ସୂର୍ଯ୍ୟ କିରଣରୁ ବିଜୁଳି ମିଳିବ, ଦିନରେ ଲଣ୍ଠନ ଦେଖାଉଛନ୍ତି ବିଜେପି ଦଳ ବୋଲି ପାଣ୍ଡିଆନ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ । ସେ କହିଥିଲେ ବିରୋଧୀ ଆସିଲେ ଆପଣମାନେ ପଚାରିବେ ସେମାନେ କହିଥିଲେ ଦର ଦାମ୍‍ କମିବ ଏଲ୍‍.ପି.ଜି. ପେଟ୍ରୋଲ, ଡିଜେଲ ଦର କମିଛି କି ? ଆପଣମାନେ ଦେବୀ ବାବୁଙ୍କୁ ଭୋଟ ଦେଇ କାମ କରିବାକୁ ସୁଯୋଗ ଦିଅନ୍ତୁ । ସଂତୃପ୍ତ ବାବୁ ତାଙ୍କର ଚାକିରି ଛାଡ଼ି କେବଳ ଆସିଛନ୍ତି ଆପଣଙ୍କ ସେବା କରିବା ପାଇଁ । ସଂତୃପ୍ତ ବାବୁଙ୍କର ଶିଳ୍ପ କ୍ଷେତ୍ରରେ ବହୁ ଅଭିଜ୍ଞତା ରହିଛି  । ସଂତୃପ୍ତ ବାବୁ ଏବଂ ଦେବୀ ବାବୁଙ୍କ ଜରିଆରେ ବଡ଼ମ୍ୱା-ନରସିଂହପୁରର ବହୁତ ବିକାଶ ଘଟିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବଡ଼ମ୍ୱା ନିର୍ବାଚନ ମଣ୍ଡଳୀରେ ମନ୍ଦିର ବିକାଶ ପାଇଁ ଅଧିକ ଟଙ୍କା ଦିଆଯାଇଛି । ସେହିପରି ମାଁ ଭଟ୍ଟାରିକା ମନ୍ଦିର ବିକାଶ ପାଇଁ ୮.୫୦ କୋଟି ଟଙ୍କା, ମାଁ ପ୍ରଗଳା ପୀଠର ବିକାଶ ପାଇଁ ୫.୩୦ କୋଟି ଟଙ୍କା, ସିଂହନାଥ ପୀଠର ବିକାଶ ପାଇଁ ୫.୩୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ୧୪୦ କୋଟି ଟଙ୍କାରେ ଗୋପୀନାଥପୁର-ବୈଦେଶ୍ୱର ଟି-ବ୍ରିଜ୍‍ ନିର୍ମାଣ ହୋଇଛି । ପିଇବା ପାଣି ସମସ୍ୟା ବଡ଼ମ୍ୱାରେ ଦୂର ହେବ । ନବୀନ ବାବୁ ଥିବା ଯାଏଁ କାହା ସହିତ ଅନ୍ୟାୟ ହେବାକୁ ଦେବେ ନାହିଁ ବୋଲି କହିଛନ୍ତି  ବିଜେଡି ନେତା ଭିକେ ପାଣ୍ଡିଆନ ।

 

Comments are closed.