Latest Odisha News

BREAKING NEWS

ଖୁବ୍ ଶିଘ୍ର ସରିବ ସମଲେଇ ପ୍ରକଳ୍ପ କାର୍ଯ୍ୟ, ସକାଳୁ ସକାଳୁ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ଶ୍ରୀ ପାଣ୍ଡିଆନ

5T, ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କ ସମଲେଇ ପ୍ରକଳ୍ପ ସମୀକ୍ଷା । ଭୋର୍ ୪ଟାରୁ ୬ ଟା ପର୍ଯ୍ୟନ୍ତ ପ୍ରକଳ୍ପ ସ୍ଥଳ ବୁଲି କାମ ଦେଖିଲେ । ଡିସେମ୍ବର ୩୧ ସୁଦ୍ଧା ପ୍ରକଳ୍ପ କାମ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ । ଅଧିକ ମେସିନ ଓ ମାନବ ସମ୍ବଳ ବ୍ୟବହାର କରି କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ।

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ ଆଜି ସକାଳୁ ସକାଳୁ ସମ୍ବଲପୁର ଯାଇ ସମଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ସମୀକ୍ଷା ବେଳେ ଅଧିକ ମେସିନ ଓ ଲୋକ ବ୍ୟବହାର କରି କାମ ଆଗେଇବାକୁ ନିର୍ଦ୍ଦେଶ ଦେଇଛନ୍ତି ପାଣ୍ଡିଆନ । ଶ୍ରୀ ପାଣ୍ଡିଆନଙ୍କ ସମୀକ୍ଷା ସମୟରେ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ, RDC, ଜିଲ୍ଲପାଳ, ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ପ୍ରଥମେ ସେ ମା ସମଲେଇଙ୍କ ପୂଜା ଅର୍ଚ୍ଚନା କରି ଭୋର୍ ୪ ଟା ରୁ ୬ ଟା ପର୍ଯ୍ୟନ୍ତ ପ୍ରକଳ୍ପ ସ୍ଥଳ ବୁଲି କାମର ଅଗ୍ରଗତି ସମୀକ୍ଷା କରିଥିଲେ । ସମୀକ୍ଷାରେ ଭକ୍ତ ମାନଙ୍କ ପାଇଁ ସବୁ ସୁବିଧାର ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଥିଲେ । ଯାତ୍ରୀ ମାନେ ଏଠାରୁ ଯେପରି ଏକ ସୁନ୍ଦର ଆଧ୍ୟାତ୍ମିକ ଅନୁଭବ ନେଇ ଫେରିବେ ତାକୁ ଆଖି ଆଗରେ ରଖି ସବୁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ । ଯାତ୍ରୀଙ୍କ ସୁବିଧା ପାଇଁ ପ୍ରାଥମିକ ଚିକିତ୍ସା ଓ ଅନ୍ୟ ମେଡିକାଲ ସେବାର ସୁବିଧା ରଖିବାକୁ ମଧ୍ୟ ସେ କହିଥିଲେ ।

ପ୍ରକଳ୍ପର ଗୁରୁତ୍ୱପୂର୍ଣ୍ଣ ଅଂଶ ଗୁଡ଼ିକୁ ଜଲଦି ଆଗେଇ ନେବା ପାଇଁ ଅଧିକ ମେସିନ ଓ ମାନବ ସମ୍ବଳ ବ୍ୟବହାର କରି ଫୁଟ ଓଭର ବ୍ରିଜ, ମନ୍ଦିର ଭିତର ବିଭିନ୍ନ କାମ, ଲ୍ୟାମ୍ପ ରୁମ୍, ଐତିହ୍ୟ କରିଡ଼ର, ପୁଷ୍କରିଣୀ ସ୍ଥଳ, ପାର୍କିଂ କାମ ଶୀଘ୍ର ସାରିବାକୁ ସେ ପରାମର୍ଶ ଦେଇଥିଲେ। ବାକି ରହି ଯାଇଥିବା ବିଭିନ୍ନ ଷ୍ଟ୍ରକଚରକୁ ୧୦ ଦିନ ମଧ୍ୟରେ ସଫା କରି କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ପାଣ୍ଡଆନ ।

ଐତିହ୍ୟ କରିଡ଼ର ଓ ମନ୍ଦିର ଚାରି ପାଖେ ଖଣ୍ଡାଲାଇଟ ପଥର ବିଛେଇବା କାମକୁ ଶୀଘ୍ର ସରିବା, ସୌନ୍ଦର୍ଯ୍ୟ କରଣ ପାଇଁ ସ୍ଥାନୀୟ ବୃକ୍ଷ ଲତାର ବ୍ୟବହାର  ଓ ସ୍ଥାନୀୟ ସଂସ୍କୃତିକୁ ଗୁରୁତ୍ଵ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ମନ୍ଦିର ଭିତରେ ନିର୍ମାଣ ହେଉଥିବା ବିଭିନ୍ନ କାମ, କ୍ଲକ୍ ଟାୱାର, ଓ ଲାମ୍ପ ରୁମ୍ କାମର ସୋନ୍ଦର୍ଯ୍ୟ କରଣ ଉପରେ ମଧ୍ୟ ଶ୍ରୀ ପଣ୍ଡିଆନ ଗୁରୁତ୍ଵ ଦେଇଥିଲେ। ଦୁଇ ନମ୍ବର ଐତିହ୍ୟ ଗେଟ, ପାର୍କିଂ, ଐତିହ୍ୟ କରିଡ଼ରର ବାହାର ପଟରେ କୋବଲ ପଥର ବିଛାଇବା, ପାନୀୟ ଜଳ ସୁବିଧା, ଟଏଲେଟ୍, CCTV, ଓ ଆଲୋକିକରଣ କାମ ମଧ୍ୟ ତୁରନ୍ତ ସାରିବାକୁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.