Latest Odisha News

BREAKING NEWS

ଚମକିବ ମଧୁ ସ୍ମୃତିପୀଠ: ଲାଗିବ ୧୫ ଫୁଟ ଉଚ୍ଚର ବ୍ରୋଞ୍ଚ ପ୍ରତିମୂର୍ତ୍ତି

ଭୁବନେଶ୍ୱର:ଚମକିବ ମଧୁ ସ୍ମୃତିପୀଠ । ଲାଗିବ ୧୫ ଫୁଟ ଉଚ୍ଚର ବ୍ରୋଞ୍ଚ ପ୍ରତିମୂର୍ତ୍ତି । ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠ ଓ କର୍ମଭୂମିକୁ ‘ଏକକ ସଂଗ୍ରହାଳୟ କମ୍ପ୍ଲେକ୍ସ’ ଭାବେ ବିକଶିତ କରାଯିବ । ଏହାକୁ ଐତିହ୍ୟ ସ୍ଥଳର ସଂରକ୍ଷଣ କରାଯିବ। ମଧୁ ବାବୁଙ୍କ ଜୀବନ ଓ କୃତିକୁ ନେଇ ଲାଇଟ ଆଣ୍ଡ ସାଉଣ୍ଡ ସୋ  ମଧ୍ଯ କରାଯିବ  । ଏମିତି ପ୍ରତିଶ୍ରୁତି ଦେଇଛନ୍ତି ୫ଟି ସଚିବ  ଭି କେ ପଣ୍ଡିଆନ୍  ।

ଉତ୍କଳ ଦିବସରେ ମଧୁ ସ୍ମୃତି ପୀଠ ପରିଦର୍ଶନ କରିଥିଲେ  ପଣ୍ଡିଆନ୍  । ସେଠାରେ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏହାର ବିକାଶ ନେଇ ସ୍ଥାନୀୟ ଲୋକ ଓ ପ୍ରଶାସନ ସହ ଆଲୋଚନା କରିଥିଲେ ।  ୫ଟି କାର୍ଯ୍ୟକ୍ରମରେ ବିକାଶ କାମ ହେବ ।  ଆଗାମୀ ଅପ୍ରେଲ ୧୫ ସୁଦ୍ଧା ଏ ନେଇ ଯୋଜନା  ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ  ।

ସୂଚନା ଯୋଗ୍ୟ ଯେ କଲିକତାରୁ ଫେରିବା ପରେ ମଧୁ ବାବୁ ତାଙ୍କ ଜନ୍ମସ୍ଥାନ ନିକଟସ୍ଥ ଏକ ଘରେ ରହି ଓଡ଼ିଶା ମା’ର ସେବାରେ ନିଜକୁ ନିୟୋଜିତ କରିଥିଲେ।ଏହା ତାଙ୍କର କର୍ମ ଭୂମି ଭାବେ ପ୍ରସିଦ୍ଧ। ଜନ୍ମ ପୀଠ ଓ କର୍ମଭୂମିକୁ ସଂଯୋଗ କରୁଥିବା ଗଳି ରାସ୍ତାର ଉନ୍ନତି କରାଯାଇ ଏହାର ପୁନରୁଦ୍ଧାର କରାଯିବ। କୁହାଯାଏ,  ମଧୁବାବୁଙ୍କ ମା ଏହି ରାସ୍ତାରେ ହିଁ ତାଙ୍କ ନିଜ ଜନ୍ମ ପୀଠରୁ ତାଙ୍କ ପାଇଁ କର୍ମଭୂମି ସ୍ଥାନକୁ ପ୍ରତିଦିନ ଖାଦ୍ୟ ନେଇ ଆସୁଥିଲେ।

ଏଠାରେ ଲାଇଟ୍ ଓ ସାଉଣ୍ଡ ସୋ’ର ବ୍ୟବସ୍ଥା ମଧ୍ୟ କରାଯିବ। ଏଥିରେ ମଧୁ ବାବୁଙ୍କ ଗୌରବମୟ ଜୀବନୀ ଓ ତାଙ୍କ କୀର୍ତ୍ତି ର ବ୍ୟାଖ୍ୟାନ କରାଯିବ। ଓଡ଼ିଶା ଓ ଓଡ଼ିଶା ବାହାରୁ ଆସୁଥିବା ଦର୍ଶକମାନଙ୍କ ସୁବିଧା ପାଇଁ ବହୁ ଭାଷୀ ବ୍ୟାଖ୍ୟାନର ବ୍ୟବସ୍ଥା ରହିବ।

ମଧୁ ବାବୁଙ୍କ ଜୀବନୀ ଓ ଐତିହ୍ୟ ସ୍ଥଳ ସହ ଜଡିତ ସବୁ ସଂପୃକ୍ତ ବ୍ୟତ୍କ୍ତି ମାନଙ୍କ ସହ ଆଲୋଚନା କରାଯାଇ ଏହି ସଂଗ୍ରହାଳୟ ର ବିକାଶ କରାଯିବ।ଏହି କାମର ମାନକୁ ଅତ୍ୟନ୍ତ ଉଚ୍ଚ କୋଟିର କରିବା ପାଇଁ ଯୋଜନା କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଛନ୍ତି। ଜନ୍ମସ୍ଥାନ ସତ୍ୟଭାମାପୁରରେ ଖାଣ୍ଡେଲାଇଟ ପଥରରେ ସ୍ଵାଗତ ତୋରଣ କରାଯିବ  । କର୍ମଭୂମୀ ନିକଟରେ ଏକ ପାର୍କିଂ ସ୍ଥାନ ମଧ୍ୟ କରାଯିବ।

ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ମଧୁବାବୁଙ୍କ ଜନ୍ମ ପୀଠରେ କସ୍ତୁରବା ନାଶନାଲ ମେମୋରିଆଲ ଟ୍ରଷ୍ଟ  ପରିଚାଳିତ ଚାଇଲଡ କେୟାର ଇନଷ୍ଟିଚ୍ୟୁଶନ  ଅନ୍ତେବାସୀମାନଙ୍କୁ ଓଡିଶା ଦିବସର ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.