Latest Odisha News

BREAKING NEWS

କୋଟିଆରେ ଉତ୍କଳ ଦିବସ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, କହିଲେ ‘ଗୋ ବ୍ୟାକ୍ ଆନ୍ଧ୍ର’

ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୋଟିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ଦିବସ ପାଳିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ୨୦୨୩ ଏପ୍ରିଲ୍ ୧ ତାରିଖ ମୋ ପାଇଁ ଅବିସ୍ମରଣୀୟ ହୋଇ ରହିବ । ଆନ୍ଧ୍ର ଓଡ଼ିଶାର ଭୂମି ଉପରେ ଲୋଲୁପ ଦୃଷ୍ଟି ପକାଉଛି । ଆଜି ଫାଟୁସିନେରୀରେ ଆନ୍ଧ୍ରକୁ କଡ଼ା ଜବାବ ଦିଆଯାଇଛି ।

ପାରଳା ମହାରାଜ, ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହର, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ବଳିଦାନକୁ ବ୍ୟର୍ଥ ଯିବାକୁ ଦେବାନି । କୋଟିଆରେ ଅପାର ସମ୍ଭାବନା ରହିଛି । କୋରାପୁଟ ଜିଲ୍ଲାକୁ କେହି ଆଖି ପକାଇ ହଡ଼ପ କରିବାକୁ ଚାହିଁଲେ ଛାଡ଼ି ଦିଆଯିବ ନାହିଁ ।

କେହି ପ୍ରଲୋଭନ ଦେଖାଉ ଥାଇପାରନ୍ତି । କିନ୍ତୁ ମାଆକୁ ପଡ଼ିଶା ଘରର ପ୍ରଲୋଭନରେ କେହି ମାଉସୀ ଡାକେ ନାହିଁ, ମାଆ ହିଁ ଡାକେ । ଏ ଉତ୍କଳ ମାଆ ଆମର ମାତା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ୧୩ ବର୍ଷ ପରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଶହେ ବର୍ଷ ପୂରିବ । ଆଉ କିଛି ବର୍ଷ ପରେ ଏଠି ଷ୍ଟ୍ରବେରୀ ପ୍ରୋସେସିଂ ୟୁନିଟ୍ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

Leave A Reply

Your email address will not be published.