ଭୁବନେଶ୍ୱର : କ୍ୱାରେଣ୍ଟାଇନ ସେଣ୍ଟରଗୁଡିକର ସୁପରିଚାଳନା ନେଇ ଗଂଜାମ ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେଲେ ରାଜ୍ୟ ସରକାରଙ୍କ ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ।
ଜିଲ୍ଲାର ସମସ୍ତ କ୍ୱାରେଣ୍ଟାଇନ ବା ସଙ୍ଗରୋଧ କେନ୍ଦ୍ରରେ ବାହାର ରାଜ୍ୟରୁ ଆସିଥିବା ଲୋକଙ୍କୁ ରଖାଯାଇଛି । ଏ ନେଇ ଡରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।
କରୋନାର ସଫଳ ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରେ ନିୟମ କଡାକଡି ପାଳନ କଲେ ହିଁ କରୋନା ମୁକାବିଲା ନେଇ ସଫଳତା ମିଳିପାରିବ ବୋଲି ସେ ସରପଞ୍ଚମାନଙ୍କୁ ସୂଚାଇଛନ୍ତି ।
ଏଥିନେଇ ସରପଞ୍ଚମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଥିବା କହିବା ସହିତ ସମସ୍ତଙ୍କୁ ଦୃଢ ମନରେ ଏଦିଗରେ କାର୍ଯ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ଯେଉଁ ସରପଞ୍ଚମାନେ କରୋନାକୁ ଗାଁ ଭିତରେ ପଶିବା ଉପରେ ରୋକ ଲଗାଇ ପାରିବେ ସେମାନଙ୍କୁ ସମ୍ମାନିତ କରାଯିବ ବୋଲି ସେ ଏହି ଅବସରରେ ଘୋଷଣା କରିଛନ୍ତି ।
Comments are closed.