Latest Odisha News

BREAKING NEWS

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ୭ ଦିନ ପାଇଁ ଆନ୍ତରୀଣ ଜାମିନ ଦେଲେ ହାଇକୋର୍ଟ

କଟକ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ । ୭ ଦିନ ପାଇଁ ଜାମିମ ମଞ୍ଜୁର କଲେ ହାଇକୋର୍ଟ । ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଜାମିନ ମିଳିଛି ।୭ ଦିନ ପରେ ପୁଣି ଅଦାଲତରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

BjdElectrycity

ସୂଚନା ଅନୁସାରେ ବାଣପୁର ବ୍ଲକ ସମ୍ମୁଖରେ ପ୍ରାୟ ୨୦ ଜଣଙ୍କ ଉପରେ ଗାଡି ଚଢାଇଦେଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଏହି ଘଟଣାରେ ପୋଲିସ ଅଧିକାରୀଙ୍କ ସହ ଅନେକ ଲୋକ ଗୁରୁତର ହୋଇଥିଲେ ।ଏଥିରେ ଲୋକମାନେ ଉତ୍ତତ୍ତକ୍ଷିପ୍ତ ହୋଇ ବିଧାୟକଙ୍କୁ ଗାଡିରୁ ଘୋଷାଡି ଆଣି ପ୍ରବଳ ମାଡ ମାରିଥିଲେ । ଏବଂ ବିଧାୟକଙ୍କୁ ଗାଡିକୁ ଭାଙ୍ଗି ଚୁରମାର କରିଦେଇଥିଲେ ।

ତାଙ୍କୁ ଗୁରୁତର ଅବସ୍ଥାରେ ବାଣପୁର ହସ୍ପିଟାଲରେ ଭର୍ତି କରାଯାଇଥିଲା ପୋଲିସ ତାଙ୍କୁ ଗିରଫ କରିଥିଲା । ପୁଣି ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ ।

Leave A Reply

Your email address will not be published.