Latest Odisha News

BREAKING NEWS

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ବୁଲି ଦେଖିଲେ ଭି.କେ ପାଣ୍ଡିଆନ୍ , ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା

ପୁରୀ : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମ ଗସ୍ତ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ  ।ସୁଆଣ୍ଡୋରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଭିକେ ପାଣ୍ଡିଆନ୍ । ଉତ୍କଳମଣି ଜନ୍ମସ୍ଥାନକୁ ଐତିହରେ ପରିଣତ ପରିଣତ କରିବା ପାଇଁ ସରକାର ଯୋଜନା କରୁଛନ୍ତି । ପ୍ରକଳ୍ପ ପାଇଁ ପ୍ରାୟ ୧୫.୧୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।

୨୫ କୋଟିରୁ ଉର୍ଧ କୋଟି ଟଙ୍କାର କାମ ଏବେ ଚାଲିଛି । । ଗୋପବନ୍ଧୁ ଜନ୍ମପୀଠ ଶିବ ମନ୍ଦିର , ପୋଖରୀ,ପୈତୃକ ଘର,ଗାଁ କୁ ରାସ୍ତା , ପାର୍କ ଆଦିର ବିକାଶ କରାଯାଉଛି । ଗୋପବନ୍ଧୁ ସ୍ମୃତି ସଂଗ୍ରାହାଳୟରେ ସୂଚନା କେନ୍ଦ୍ର ଏବଂ ଆତିଥ୍ୟକେନ୍ଦ୍ର ନିର୍ମାଣ କରାଯାଉଛି । ଗୋପବନ୍ଧୁ ଦାସଙ୍କ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତୀ , ପୈତୃକ ଗୃହର ପୂନଃ ବିକାଶ ଆଦି କାର୍ଯ୍ୟ ଚାଲିଛି ।

ଖୁବ୍ ଶୀଘ୍ର ଏହି କାମ ଗୁଡିକ ଶେଷ ହେବ । ଭିକେ ପାଣ୍ଡିଆନଙ୍କ ଏହି ଗସ୍ତ ଅବସରରେ ପୁରୀ ଜିଲ୍ଲାପାଳ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.