Latest Odisha News

BREAKING NEWS

ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବକ , ଉଦ୍ଧାର କାର୍ଯ୍ୟ ଜାରି

ପୁରୀ  : ପୁରୀ ସମୁଦ୍ରରେ ଅଘଟଣ । ଗାଧୋଇବା ବେଳେ ନିଖୋଜ ହୋଇଗଲେ ଯୁବକ । ନିଖୋଜ ହୋଇଯାଇଥିବା ଯୁବକ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସିଙ୍ଗଳା ଥାନା ଅଞ୍ଚଳର ବଂଶୀଧର ବେହେରା ।  ଏବଂ ଅନ୍ୟ ଦୁଇ ଜଣ ଉଦ୍ଧାର ହୋଇଛନ୍ତି । ଲାଇଫଗାର୍ଡ ଘଟଣା ସ୍ଥଳରେ ପହଁଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ ।

ଉଦ୍ଧାର ହୋଇଥିବା ପର୍ଯ୍ୟଟକ ଝାଡଖଣ୍ଡର ନିଶାନ୍ତ ଗୋୟଲ ଓ ହିଂମାଶୁ କୁମାର । ନଖୋଜ ପର୍ଯ୍ୟଟକ ଜଣକ ହେଉଛନ୍ତି ବାଲେଶ୍ୱର ସଚ୍ଚିନାର ବଂଶିଧର ବେହେରା । ପୁରୀ ସମୁଦ୍ର କୁଳ ସେକ୍ଟର ୯ ଅଞ୍ଚଳରେ ଏପରି ଅଘଟଣ ଘଟିଥିଲା ।ବଂଶିଧର ପୁରୀ ବୁଲିବାକୁ ଆସିଥିଲେ ଚୈତନ୍ୟ ଛକ ସମୁଦ୍ରକୂରେ ବଂଶିଧର ପରିବାର ସହ ଗାଧୋଉଥିବା ବେଳେ ବୁଡିଯାଇ ନିଖୋଜ ହୋଇଯାଇଥିଲେ ।

ଅନ୍ୟପଟେ ଅଗ୍ନିସମ ବିଭାଗ ଓ ଲାଇଫ ଗାର୍ଡ  ଦୀର୍ଘ ସମୟ ଧରି ସର୍ଚ୍ଚ ଅପରେସନ କରିଥିଲେ ହେଁ । ବଂଶିଧରଙ୍କ କୌଣସି ପତ୍ତା ମିଳିପାରିନି ।

 

Leave A Reply

Your email address will not be published.