Latest Odisha News

BREAKING NEWS

ଛେଣ୍ଡିପଦାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ଘଟଣାରେ ଚିନ୍ତା ପ୍ରକଟ କଲେ ଧର୍ମେନ୍ଦ୍ର ପ୍ରଧାନ, ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ

ଭୁବନେଶ୍ୱର : ଅନୁଗୁଳ ଛେଣ୍ଡିପଦା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଛେଣ୍ଡିପଦା ଅଞ୍ଚଳରେ ବିଜେପି କାର୍ଯ୍ୟକର୍ତ୍ତା ସାଗର ପ୍ରଧାନଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ମୁଁ ଦୁଃଖିତ ଓ ମର୍ମାହତ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ପଞ୍ଚାୟତ,ପୌର ନିର୍ବାଚନ ଓ ପରବର୍ତ୍ତୀ ସମୟରେ ସାରା ରାଜ୍ୟରେ ରାଜନୈତିକ ହିଂସା ଥମିବାର ନାଁ ନେଉନାହିଁ, ଯାହା ଓଡିଶା ପାଇଁ ଚିନ୍ତାର ବିଷୟ ।ଅସହିଷୁତାର ରାଜନୈତିକ ହିଂସା ଘଟାଉଥିବା ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ନେବା ଅତ୍ୟନ୍ତ ଜରୁରୀ ।

ରାଜନୀତିରେ ହିଂସାର ସ୍ଥାନ ନାହିଁ ଏବଂ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦ ଯୋଡ଼ିବା କଥା କହି ଅନ୍ୟ ପକ୍ଷରେ ହିଂସା କରି ବିରୋଧୀ ରାଜନୈତିକ ଶକ୍ତିଙ୍କୁ ହିଂସାରେ ଶେଷ କରିଦେବାର ଅଲିଖିତ ଘୋଷଣାନାମା ପରି ପରିସ୍ଥିତି ରାଜ୍ୟରେ ସୃଷ୍ଟି ହୋଇଛି ବୋଲି ଟ୍ୱିଟ୍ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଛେଣ୍ଡିପଦା ସମେତ ସାରା ରାଜ୍ୟରେ ପ୍ରତିଦିନ ଅସହିଷ୍ଣୁତାର ରାଜନୈତିକ ହିଂସା ଘଟାଉଥିବା ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ପୋଲିସ ଓ ପ୍ରଶାସନ ଆଇନ ଅନୁସାରେ ନିରପେକ୍ଷତାର ସହିତ କଠୋର କାର୍ଯ୍ୟାନୁଷ୍ଠାନ ନେବା ଅତ୍ୟନ୍ତ ଜରୁରୀ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ।

Leave A Reply

Your email address will not be published.