Latest Odisha News

ମା’ ଶାରଳାଙ୍କ ପୀଠରେ 5T ସଚିବ, ମନ୍ଦିର ସେବାୟତଙ୍କ ସହ ଆଲୋଚନା

ଜଗତସିଂହପୁର : ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠ ପରିଦର୍ଶନ କରିଛନ୍ତି 5-T ସଚିବ, ଭି.କେ ପାଣ୍ଡିଆନ। ଆଜି ପ୍ରତ୍ୟୁଷରେ 5-T ସଚିବ ଝଙ୍କଡ଼ ସ୍ଥିତ ମା ଶାରଳାଙ୍କ ପୀଠରେ ପହଞ୍ଚି ମା’ଙ୍କ ଦର୍ଶନ କରିବା ସହ ମନ୍ଦିର ବେଢ଼ା ବୁଲି ଦେଖିଥିଲେ। ଏହାସହିତ ମନ୍ଦିରର ସେବାୟତ ଙ୍କ ସହ ଆଲୋଚନା ମଧ୍ୟ କରିଥିଲେ।

ଏହି ଗ୍ରସ୍ତ ସମୟରେ ଶ୍ରୀ ପାଣ୍ଡିଆନ ପୀଠର ଉନ୍ନତିକରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହିତ ମନ୍ଦିରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ ମଧ୍ୟ କରିଛନ୍ତି । 5-T ସଚିବ ଙ୍କ ଏହି ଗ୍ରସ୍ତ ସମୟରେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟାୱାରୀ, ଏସପି ଅଖିଳେଶ୍ୱର ସିଂ ଏବଂ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

Comments are closed.