Latest Odisha News

BREAKING NEWS

୫ଟି ସଚିବଙ୍କ କଟକ ଗସ୍ତ; ଖାନନଗରକୁ ସ୍ଥାନାନ୍ତର ହେବ ବାଦାମବାଡି ବସଷ୍ଟାଣ୍ଡ

କଟକ: ଅତିଶୀଘ୍ର କଟକ ବାଦାମବାଡି ବସଷ୍ଟାଣ୍ଡର ନବୀକରଣ ଓ ଆଧୁନିକୀକରଣ କାମ ଆରମ୍ଭ ହେବାର ସମ୍ଭାବନା ରହିଛି । ମଙ୍ଗଳବାର ଦିନ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଆକସ୍ମିକ କଟକ ଗସ୍ତ ପରେ ଚର୍ଚ୍ଚା ଜୋର ଧରିଛି ।

ମିଳିଥିବା ସୂଚନା ମୁତାବକ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ଆରଡିସି ଅନିଲ କୁମାର ସାମଲ, କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ସହିତ ୫ଟି ସଚିବ ଭିକେ ପାଣ୍ଡିଆନ ସକାଳୁ ସକାଳୁ କଟକ ବାଦାମବାଡି ବସଷ୍ଟାଣ୍ଡ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ । ପରେ ଅନୁଗୁଳ, ପୁରୀ ବସଷ୍ଟାଣ୍ଡ ଓ ସେସୁ କଲୋନୀ ପରିଦର୍ଶନ କଲେ ।

ପାଣ୍ଡିଆନ ବାଦାମବାଡିରୁ ରାଣୀହାଟ ଅଂଚଳର ହିନ୍ଦ ସିନେମା ରୋଡ ଓ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ଯୋଡିଥିବା ତାଳଦଣ୍ଡା କେନାଲ ରୋଡକୁ ଯାଇଥିଲେ, ଯେଉଁଠି କଟକ ଜିଲ୍ଲା ପ୍ରଶାସନ ଓ ସିଏମସି ସମ୍ପ୍ରସାରଣ ପାଇଁ ଉଚ୍ଛେଦ ଅଭିଯାନ ଚଳାଇଛନ୍ତି । ୫ଟି ସଚିବ ଯୋବ୍ରାର ମେରିଟାଇମ ମ୍ୟୁଜିୟମ ସହିତ ସମ୍ବନ୍ଧିତ ବିଭାଗର ସଚିବଙ୍କ ସହ ସମୀକ୍ଷା ବୈଠକ କରିବା ପରେ ଭୁବନେଶ୍ୱର ଫେରିଥିଲେ ।

 

ପରେ ଗଣମାଧ୍ୟମକୁ ସୂଚନା ଦେଇ ଆରଡିସି କହିଥିଲେ, “ବାଦାମବାଡି ବସଷ୍ଟାଣ୍ଡକୁ ଖାନନଗର ଲିଙ୍କରୋଡରେ ଥିବା ବିଶ୍ୱନାଥ ପାଠାଗାର ନିକଟବର୍ତ୍ତୀ ୩୦ ଏକର ଜମିକୁ ସ୍ଥାନାନ୍ତର କରାଯିବ । ପାଠାଗାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ଓ ବଡ ଆକାରରେ ତିଆରି କରାଯିବ ।”

ସେ ଏହା ବି କହିଥିଲେ କି, ବାଦାମବାଡି ବସଷ୍ଟାଣ୍ଡରେ ଅନୁଗୁଳ-ପୁରୀ ବସଷ୍ଟାଣ୍ଡର ନବୀକରଣ କରାଯିବ । ଯଦ୍ୱାରା ଯାତ୍ରୀଙ୍କ ସୁବିଧା ହେବ । ଏହା ବ୍ୟତୀତ ସହର ବାହାରେ ଗୋପାଳପୁରରେ ବସ ଗୁଡିକର ପାର୍କିଂ ପାଇଁ ଉନ୍ନତ ବ୍ୟବସ୍ଥା କରାଯିବ ।

Leave A Reply

Your email address will not be published.