Latest Odisha News

BREAKING NEWS

ହୋଲି ରଙ୍ଗରେ ରଙ୍ଗେଇ ହେଲା ସାରା ଦେଶ, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ଆଜି ହେଉଛି ରଙ୍ଗର ପର୍ବ ହୋଲି । ସାରା ଦେଶବାସୀ ଧୁମଧାମରେ ହୋଲି ଖେଳୁଛନ୍ତି । କରୋନା ଭାଇରସର ଭୟ ସତ୍ୱେ ନିଜ ସଂସ୍କୃତି ଓ ପରମ୍ପରାକୁ ଛାଡି ନାହାଁନ୍ତି ଭାରତବାସୀ । ହର୍ବାଲ ରଙ୍ଗ କିମ୍ବା ହଳଦୀ, ଚନ୍ଦନ ହେଉ ପଛେ ହୋଲି ଖେଳିବାକୁ ଆଗେଇ ଆସିଛନ୍ତି ସମସ୍ତେ । ଆସନ୍ତୁ ଦେଖିବା ଦେଶର ବିଭିନ୍ନ ସ୍ଥାନରେ କେମିତି ପାଳନ କରୁଛନ୍ତି ହୋଲି ।

ହିମାଚଳ ପ୍ରଦେଶର କୁଲ୍ଲୁରେ ଧୁମଧାମରେ ହୋଲି ଉତ୍ସବ ପାଳିତ ହେଉଛି । ବିଦେଶୀ ପର୍ଯ୍ୟଟକ ହୋଲିର ମଜା ନେଉଥିବା ଦେଖିବାକୁ ମିଳିଛି ।

ସେମିତି ପଞ୍ଜାବର ଅମୃତସରରେ ମଧ୍ୟ ହୋଲି ରଙ୍ଗରେ ରଙ୍ଗେଇ ହୋଇଛନ୍ତି ବିଦେଶୀ । କରୋନା ଭାଇରସର ପ୍ରକୋପ ମଧ୍ୟରେ ବୋଧହୁଏ ସେମାନେ ଭାରତରେ ନିଜକୁ ସୁରକ୍ଷିତ ମନେ କରି ହୋଲିର ମଜା ନେଉଛନ୍ତି ।

ମଥୁରା ନଗରୀରେ ହୋଲିର ଆସର ଜମିଛି । ଯୁବପୀଢ଼ି ହୋଲିର ମଜା ନେଉଥିବା ଦେଖିବାକୁ ମିଳିଛି ।

ଜମ୍ମୁ ଓ କାଶ୍ମୀରରେ ପିଲାମାନେ ଧୁମଧାମରେ ହୋଲି ପାଳିଛନ୍ତି । ସାଙ୍ଗସାଥୀ ଏକତ୍ରିତ ହୋଇ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ।

ପଞ୍ଜାବରେ ମସ୍ତିଭରା ହୋଲି । କାଦୁଅରେ ଗଡି ହୋଲି ପାଳିଲେ ଯୁବପୀଢ଼ି ।

Leave A Reply

Your email address will not be published.