Latest Odisha News

BREAKING NEWS

ହୋଲିକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ, ଜାଣନ୍ତୁ…

ଭୁବନେଶ୍ୱର: ଭାଇଚାରାର ପର୍ବ ହୋଲି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସାରାଦେଶ ଆଜି ପାଳନ କରୁଛି ରଙ୍ଗର ଏହି ଉତ୍ସବ । ହଜାର ହଜାର ବର୍ଷ ତଳର ଏହି ପରମ୍ପରାକୁ ବେଶ ଧୁମଧାମରେ ଲୋକେ ପାଳନ କରୁଛନ୍ତି । ଏହା ହିନ୍ଦୁ ମାନଙ୍କ ପର୍ବ ହୋଇଥିବା ବେଳେ ଅଣ ହିନ୍ଦୁ ମାନେ ମଧ୍ୟ ଏହାକୁ ପାଳନ କରୁଥିବା ନଜିର ରହିଛି ।

 

ଏହି ହୋଲି ପର୍ବକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ, ଜାଣନ୍ତୁ…

ପୁରାଣ ଅନୁସାରେ, ସତ୍ୟ ଯୁଗରେ ଏକାଦା ହିରଣ୍ୟକାଶ୍ୟପ ନାମକ ଜଣେ ରାକ୍ଷସ ଧରାପୃଷ୍ଠ ରେ ନିଜର ସାମ୍ରାଜ୍ୟ ବିସ୍ତାର କରି ରାଜୁତି କରୁଥିଲା । ସେ ନିଜକୁ ଭଗବାନଙ୍କ ସ୍ୱରୂପ କହି ନିଜ ସାମ୍ରାଜ୍ୟ ର ସମସ୍ତଙ୍କୁ ତାକୁ ହିଁ ପୂଜା କରିବାକୁ ଆଦେଶ ଦେଇଥିଲା ।

ମାତ୍ର ବିଧିର ବିଧାନ ଏପରି ଥିଲା ଯେ ତା ଔରସରୁ ଜନ୍ମିତ ବାଳକ ପ୍ରହଲ୍ଲାଦ ଭଗବାନ ନାରାୟଣଙ୍କ ପରମ ଭକ୍ତ ପାଲଟିଗଲା ।

ନିଜ ପିତାକୁ ସେ ଦେବତା ଭାବେ ମାନିବାକୁ ମନା କରିଦେଲା । କ୍ରୋଧ ର ଆବେଗ ରେ ହିରଣ୍ୟକାଶ୍ୟପ ପ୍ରହଲ୍ଲାଦ କୁ ହତ୍ୟା କରିବାକୁ ଅନେକ ଚେଷ୍ଟା କଲା କିନ୍ତୁ ଭଗବାନ ବିଷ୍ଣୁ ତାକୁ ସବୁଥିରୁ ତାଙ୍କ ଭକ୍ତ ପ୍ରହଲ୍ଲାଦକୁ ରକ୍ଷା କଲେ ।

ପରିଶେଷରେ ହୀରଣ୍ୟକଶ୍ୟପ ତାର ଭଉଣୀ ହୋଲିକା ରାକ୍ଷସୀ ହୋଲିକା ଯିଏକି ଭୋଳାନଥ ଙ୍କୁ ତପସ୍ୟା କରି ତାଙ୍କ ଠାରୁ ଅଗ୍ନି ଦ୍ଵାରା ଦଗ୍ଧ କିମ୍ବା ଜଳ ଦ୍ଵାରା ବୁଡି ନ ମରିବାର ବର ଲାଭ କରିଥିଲା ।

ହୋଲିକା ପ୍ରହଲ୍ଲାଦ କୁ କୋଳ ରେ ଧରି ପ୍ରଖର ଅଗ୍ନି ଭିତରକୁ ଯିବାପାଇ ଆଦେଶ ଦେଲା ହିରଣ୍ୟକାଶ୍ୟପ । ଯେପରି ପ୍ରହଲ୍ଲାଦ ପୋଡି ଦଗ୍ଧ ହେଇଯିବ ।

ହୋଲିକା ପ୍ରହଲ୍ଲାଦ କୁ ସାଥିରେ ନେଇ ଅଗ୍ନି କୁ ପ୍ରବେଶ କଳା ବେଳେ ପ୍ରହଲ୍ଲାଦ ଅହରହ ବିଷ୍ଣୁ ନାମ ଜପ କରୁଥିଲା ।

ହିରଣ୍ୟକାଶ୍ୟପ ଏହା ଦେଖି ଆଚମ୍ବିତ ରହିଗଲା ଯେତେବେଳେ ପ୍ରହଲ୍ଲାଦ ଅକ୍ଷତ ଅବସ୍ଥା ରେ ଅଗ୍ନି ରୁ ନିର୍ଗତ ହେଲେ ଓ ହୋଲିକା ନିଆଁରେ ସମ୍ପୂର୍ଣ ଦଗ୍ଧ ହେଇଗଲା । ସେ କ୍ରୋଧିତ ହେଇ ମହାଦେବ ଙ୍କୁ ଏହାର କାରଣ ପଚାରିବାରୁ ମହାଦେବ କହିଲେ ଯେ ସେ ଆତ୍ମରକ୍ଷ୍ୟା ପାଇଁ ହୋଲିକା କୁ ସେଇ ବର ଦେଇଥିଲେ, କାହାକୁ ସାଥିରେ ନେଇ ମାରିବାପାଇ ନୁହେଁ ।

ପରବର୍ତ୍ତୀ ସମୟରେ ଅନ୍ୟାୟ ଉପରେ ନ୍ୟାୟର ବିଜୟ ପାଳନ ପାଇଁ ହୋଲିକା ନାମ ଅନୁସାରେ “ ହୋଲି ” ପର୍ବ ପାଳନ କରାଗଲା ।

Leave A Reply

Your email address will not be published.