Latest Odisha News

ଘରେ ପଶିଗଲା ଟ୍ରକ, ଚାଲିଗଲା ଘରେ ଶୋଇଥିବା ବୃଦ୍ଧାଙ୍କ ଜୀବନ

ରାଇରଙ୍ଗପୁର: ଘରେ ଶୋଇଥିଲେ ବୃଦ୍ଧା, କାନ୍ଥ ଭାଙ୍ଗି ମାଡିଗଲା ଟ୍ରକ । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ଦାଣ୍ଡବୋଷ୍ ଗାଁରେ । ଶନିବାର ଭୋରରୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ତେବେ ମୃତ ବୃଦ୍ଧାଙ୍କର ଘର ରାସ୍ତା କଡରେ ହୋଇଥିବା ବେଳେ ଆଜି ସକାଳୁ ଏକ ଟ୍ରକ୍  ଦ୍ରୁତ ଗତିରେ ଆସି ରାସ୍ତା ପାର୍ଶ୍ୱରେ ଥିବା ଘରେ ପଶି ଯାଇଥିଲା। ଫଳରେ ଘରେ ଶୋଇଥିବା ଜଣେ ବୃଦ୍ଧାଙ୍କ ଉପରେ ଟ୍ରକ ମାଡିଯାଇ ତାଙ୍କର ମୃତ୍ୟୁ ଘଟିଛି । ଅପରପକ୍ଷେ ଏହି ଦୁର୍ଘଟଣାରୁ ଅନ୍ୟ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଯାହାକୁ ନେଇ ଉତ୍ୟକ୍ତ ଗ୍ରାମବାସୀ ଉପଯୁକ୍ତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି।

ତେବେ ସୂଚନା ଅନୁଯାୟୀ, ମୃତା ବୃଦ୍ଧାଜଣକ ୬୦ ବର୍ଷୀୟା କମଳା ପାତ୍ର ବୋଲି ଜଣାଯାଇଛି । ଦାଣ୍ଡ ବୋଷ ଗାଁରେ କମଳା ପାତ୍ର ନିଜ ପରିବାର ସହ ରହୁଥିବା ବେଳେ ଗତ ରାତିରେ ସମସ୍ତେ ଶୋଇଥିଲେ। କମଳା ଘରେ ଖଟିଆରେ ଶୋଇଥିଲେ। ମାତ୍ର ଆଜି ଭୋରୁ ହଠାତ୍‌ ଏକ ଟ୍ରକ୍‌ ତାଙ୍କ ଘର ଉପରେ ମାଡ଼ି ଯାଇଥିଲା। ଫଳରେ ଭିତରେ ଖଟିଆରେ ଶୋଇଥିବା କମଳାଙ୍କ ଉପରେ ଟ୍ରକ୍‌ ଚଢ଼ାଇ ଦେଇଥିଲା। ଯାହା ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।

Comments are closed.