Latest Odisha News

BREAKING NEWS

ତାଜିକିସ୍ତାନରେ ୬.୮ ତୀବ୍ରତାର ଭୂମିକମ୍ପ; ଥରିଲା ଚୀନ

ବେଜିଂ: ତୁର୍କୀ-ସିରିଆରେ ଭୟଙ୍କର ଭୂମିକମ୍ପ ତାଣ୍ଡବ ରଚିବା ପରେ ଏସିଆ ମହାଦେଶରେ ବିଭିନ୍ନ ଦେଶରେ ଭୂମିକମ୍ପ ଧାରା ଜାରି ରହିଛି। ଗୁରୁବରା ତାଜିକିସ୍ତାନ ୬.୮ ତୀବ୍ରତାର ଭୂମିକମ୍ପ ହୋଇଛି। ଯାହାର ପ୍ରଭାବରେ ଚୀନରେ ଭୂମିକମ୍ପ ଅନୁଭୁତ ହୋଇଛି। ଆମେରିକୀୟ ଭୂବିଜ୍ଞାନ ସର୍ଭେକ୍ଷଣ ପକ୍ଷରୁ(USGS) ଏଅହି ସୂଚନା ଦିଆଯାଇଛି। ସକାଳ ପ୍ରାୟ ୫.୩୭ ମିନିଟ୍‌ରେ ଏହି ଭୂମିକମ୍ପ ହୋଇଥିଲା। ୨୦.୫ କିମି ଗଭୀରର ଏହା ସଂଗଠିତ ହୋଇଥିଲା।

ଆଫଗାନିସ୍ତାନ ଓ ଚୀନ  ବର୍ଡରକୁ ଲାଗି ରହିଥିବା ଗୋର୍ଣୋ ବଦକଶନ ଅଞ୍ଚଳରେ ଭୂମିକମ୍ପର କେନ୍ଦ୍ର ସ୍ଥଳ ଥିଲା ବୋଲି ଭୂ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଏହି ଅଞ୍ଚଳରେ ଜନସଂଖ୍ୟା ବହୁତ କମ ରହିଥିବା ବେଳେ ଏହା ଏକ ପର୍ବତାଞ୍ଚଳ। ପାମିର ପର୍ବତ ଏହା ଚାରିପାଖରେ ଘେରି ରହିଛି।

USGSର ସୂଚନା ଅନୁସାରେ, ଏହି ଭୂମିକମ୍ପରେ ବିଶେଷ କିଛି କ୍ଷତି ହୋଇ ନାହିଁ। ତେବେ ୬.୮ ତୀବ୍ରତାର ଭୂମିକମ୍ପ ହେଲା ପରେ ଏହାର ୨୦ ମିନିଟ୍‌ ପରେ .୫୦ ତୀବ୍ରତାର ଆଉ ଏକଭୂମିକମ୍ପ ହୋଇଥିଲା। ଏହା ପୂର୍ବରୁ ୪.୬ ତୀବ୍ରତାର ଭୂମିକମ୍ପ ଏହି ଅଞ୍ଚଳରେ ହୋଇସାରିଛି। ଲଗାତର ୩ଥରି ଭୂମିକମ୍ପ ହୋଇଥିଲେ ବି କ୍ଷୟକ୍ଷତି ନେଇ ଖବର ଆସି ନାହିଁ।  USGS ଏହି ଭୂମିକମ୍ପର ତୀବ୍ରତା ୬.୮ କହୁଥିବା ରୟଟର୍ସରେ ରିପୋର୍ଟରେ ଏହା ୭.୧ ତୀବ୍ରତାର ଝଟ୍‌କା ଥିଲା ବୋଲି କୁହାଯାଉଛି।

Comments are closed.