ବାଲେଶ୍ୱର: ବେଲାଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର ଠକେଇ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଅଭିଯୋଗରେ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ନୀଳଗିରି ପୋଲିସ । ଅଭିଯୁକ୍ତଙ୍କଠାରୁ ୩ ଲକ୍ଷ ୨୯ ହଜାର ଟଙ୍କା ସହ ୫ଟି ମୋବାଇଲ ଓ ୨ଟି ବାଇକ୍ ଜବତ ହୋଇଛି ।
ସୂଚନା ମୁତାବକ, ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଜଣେ ଶିକ୍ଷକଙ୍କୁ କମ୍ ମୂଲ୍ୟରେ ସୁନା ବିସ୍କୁଟ ଦେବେ ବୋଲି କହି ଏକ ସୁନା ଦଲାଲ ରାକେଟ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ । ନୀଳଗିରି ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା (ନଂ.୫୨୦/୨୫) ରୁଜୁ କରି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଆଉ କିଏ କିଏ ସାମିଲ ରହିଛନ୍ତି ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିସ।