Latest Odisha News

BREAKING NEWS

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ୬ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଏକ ବହୁତଳ ବିଶିଷ୍ଟ କୋଠାରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିବାରୁ ପ୍ରାୟ ୬ ଜଣ ଜୀବନ୍ତ ଦଗ୍ଧ ହୋଇଥିôବାବେଳେ ୧୧ ଜଣ ଆହତ ହୋଇଛନ୍ତି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଜାକିର ନଗର ଅଞ୍ଚଳରେ ଥିବା ଉକ୍ତ ଆପାର୍ଟମେଣ୍ଟରେ କୌଣସି କାରଣବଶତଃ ଅଚାନକ ନିଆଁ ଲାଗି ଯାଇଥିବାବେଳେ ସେଠାରେ ଥିବା ଅନେକ ବ୍ୟକ୍ତି ଆହତ ହୋଇଥିବାବେଳେ ପାଖାପାଖି ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏପରିକି ପାର୍କିଂ ସ୍ଲଟରେ ରହିଥିବା କିଛି ଯାନବାହନ ମଧ୍ୟ ପୋଡିଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଅନ୍ୟପକ୍ଷରେ ଖବର ପାଇ ସ୍ଥାନୀୟ ପୋଲିସ ଓ ୭ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପରେ ଆହତମାନଙ୍କ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.