Latest Odisha News

BREAKING NEWS

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ‘ଓଡ଼ିଶା’କୁ କିପରି ସଂଯୋଗ କଲେ ଅମିତ ଶାହା, ଜାଣନ୍ତୁ

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟସଭାରେ ସୋମବାର ଅମିତ ଶାହା କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି ‘ଧାରା ୩୭୦’ ଉଚ୍ଛେଦକୁ ନେଇ ଘୋଷଣା କରୁଥିବା ମଧ୍ୟରେ ଦୁଇଥର ‘ଓଡ଼ିଶା’ର ନାଁ ନେଇଛନ୍ତି ।

ଜମ୍ମୁ-କାଶ୍ମୀରରେ ଦେଶର ଅନ୍ୟ ଅଞ୍ଚଳର ନାଗରିକ ସମ୍ପତ୍ତି କିଣାବିକା ପ୍ରସଙ୍ଗରେ ଆଲୋଚନା କରିବା ବେଳେ ଶାହା ପ୍ରଶ୍ନ କରିଛନ୍ତି ଯେ, “ଯଦି ମୁମ୍ବାଇ କିମ୍ବା ଓଡ଼ିଶାର ଡାକ୍ତରମାନେ କାଶ୍ମୀରରେ ଘରଟିଏ କିଣି ପାରିବେ ନାହିଁ ତେବେ କଣ ସେମାନେ ସେଠାକୁ ଯିବାକୁ ରାଜି ହେବେ”?

ରାଜ୍ୟସଭାରେ ଗୁଲାମ ନବୀ ଆଜାଦ ଦେଇଥିବା ମନ୍ତବ୍ୟର ଉତ୍ତର ରଖି ଶାହା କହିଥିଲେ ଯେ, ଆନ୍ତଃରାଜ୍ୟ ବାହାଘର ହେଉଛି, “କିନ୍ତୁ ଯଦି ଜମ୍ମୁ-କାଶ୍ମୀରର ଝିଅ ଓଡ଼ିଶାର ଜଣେ ପୁଅକୁ ବିବାହ କରିବ, ତେବେ ଉକ୍ତ ଝିଅ ଓ ତାର ସନ୍ତାନ କ’ଣ କାଶ୍ମୀରରେ କୋୖଣସି ଅଧିକାର ପାଇ ପାରିବେ ବୋଲି” ଶାହା ଆଜାଦଙ୍କୁ ପ୍ରଶ୍ନ ମଧ୍ୟ କରିଛନ୍ତି ।

ଶାହା ‘ଓଡିଶା’ର ନାମକୁ ଦୁଇଥର ନେବା ସହ ସଂଯୋଗ ବଶତଃ ବିଜୁ ଜନତା ଦଳ (ବିଜେଡି) ଧାରା ୩୭୦କୁ ଉଚ୍ଛେଦ କରିବାକୁ ଏନଡିଏ ସରକାର ନେଇଥିବା ନିଷ୍ପତ୍ତିକୁ ପୂର୍ଣ୍ଣ ସମର୍ଥନ ମଧ୍ୟ କରିଛି ।

Comments are closed.