Latest Odisha News

BREAKING NEWS

ଅଯୋଧ୍ୟା ମାମଲା: ଆରମ୍ଭ ହେଲା ସୁପ୍ରିମକୋର୍ଟଙ୍କ ଦୈନିକ ଶୁଣାଣି

ନୂଆଦିଲ୍ଲୀ: ଦେଶର ସମ୍ବେଦନଶୀଳ ତଥା ବହୁ ଚର୍ଚ୍ଚିତ ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାରେ ମଙ୍ଗଳବାର ଦିନ ଠାରୁ ଦୈନିକ ଶୁଣାଣି ଆରମ୍ଭ ହୋଇଛି । ଏହାର ସମାଧାନ କରିବାରେ ମଧ୍ୟସ୍ଥତା କମିଟି ବିଫଳ ହେବା ପରେ ସୁପ୍ରିମକୋର୍ଟ ଏହି ମାମଲାର ଦୈନିକ ଶୁଣାଣି କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଏହି ଖଣ୍ଡପୀଠରେ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ ଏସ.ଏ ବୋବଡେ, ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଓ ଏସଏ୍ ନଜିର୍ ପ୍ରମୁଖ ସାମିଲ ରହିଛନ୍ତି ।

ଅଧିକ ପଢନ୍ତୁ: ଅଯୋଧ୍ୟା ମାମଲା: ମଧ୍ୟସ୍ଥତା କମିଟି ଓହରିଲା, ଅଗଷ୍ଟ ୬କୁ ଘୁଞ୍ଚିଲା ଶୁଣାଣି

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏହି ବିବାଦର ସମାଧାନ ଲାଗି ସୁପ୍ରିମକୋର୍ଟଙ୍କ ପକ୍ଷରୁ ୩ ଜଣିଆ ପ୍ୟାନେଲ୍ ଗଠନ କରାଯାଇଥିଲା । ପୂର୍ବତନ ଆପେକ୍ସ କୋର୍ଟ ବିଚାରପତି ଖଲ୍ଲିଫୁଲ୍ଲାଙ୍କ ନେତୃତ୍ୱରେ ଗଠିତ ଏହି ମଧ୍ୟସ୍ଥତା କମିଟି ଅଗଷ୍ଟ ୨ ତାରିଖରେ ଏହି ମାମଲାରୁ ଓହରି ଯାଇଥିଲେ।

Leave A Reply

Your email address will not be published.