Latest Odisha News

BREAKING NEWS

ଇସ୍ପାତ କାରଖାନାରେ ବଡ଼ ଦୁର୍ଘଟଣା; ୬ ଶ୍ରମିକ ମୃତ, ୬ ଆହତ

ଛତିଶଗଡ଼: ଛତିଶଗଡ଼ ରାଜଧାନୀ ରାୟପୁରର ସିଲତରା ଶିଳ୍ପ ଅଞ୍ଚଳରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଗୋଦାବରୀ ଇସ୍ପାତ ଲିମିଟେଡ୍ ନାମକ ଏକ ଘରୋଇ କମ୍ପାନୀର ଏକ ନିର୍ମାଣଧୀନ ଛାତ ଭୁଶୁଡି ପଡ଼ିଛି। ଏହି ଦୁର୍ଘଟଣାରେ ଛଅ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଛଅ ଜଣ ଆହତ ହୋଇଛନ୍ତି।

ପୋଲିସ ଅଧୀକ୍ଷକ ଲାଲ ଉମେଦ ସିଂହ କହିଛନ୍ତି, “ଗୋଦାବରୀ ଇସ୍ପାତ ନିକଟରେ ଛାତ ଭୁଶୁଡ଼ି ପଡ଼ିବା ପରେ କିଛି ଲୋକ ଫସି ରହିଥିବା ସୂଚନା ଆମକୁ ମିଳିଥିଲା। ପୋଲିସ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ଛଅ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ଛଅ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।”

ରାୟପୁର ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି । କହିଛି ଯେ ଶିଳ୍ପ ସହିତ ଜଡିତ ସମସ୍ତ ସୁରକ୍ଷା ନିୟମାବଳୀ ଯାଞ୍ଚ କରାଯିବ।

 

 

Comments are closed.